Odisha news

ମହିଳା ମହାସଂଘରୁ ଏମ୍ବିକେ ବହିଷ୍କାର ପ୍ରସଙ୍ଗ , ଆସନ୍ତା ୨୪ ତାରିଖରେ ନିଜର ପକ୍ଷ ରଖିବାକୁ ବହିଷ୍କୃତ ଏମ୍ବିକେଙ୍କୁ କୋର୍ଟଙ୍କ ନିଦେ୍ର୍ଦଶ

0

ତିହିଡି,୧୧/୧୧: ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତରେ ଥିବା ମାତୃଶକ୍ତି ମହିଳା ମହାସଂଘରୁ ଏମବିକେଙ୍କୁ ବହିଷ୍କାର କରାଯିବା ପ୍ରସଙ୍ଗ ଏବେ କୋର୍ଟର କାଠ ଗଡା ମଧ୍ୟକୁ ଯାଇଛି । ମହାସଂଘର ସଂପାଦିକା ଜୟନ୍ତୀ ନାୟକ ଏ ସଂପର୍କୀତ ଏକ ମାମଲା ସିଏସ୍ ନଂ-୩୨୯/୨୦ ଭଦ୍ରକ ସିଭିଲ ଜଜ(ଜୁନିୟର ଡିଭିଜନ)ରେ ଦାୟର କରାଇ ବହିଷ୍କୃତ ଏମ୍ବିକେଙ୍କ ସମେତ ମୋଟ ୪ ଜଣଙ୍କୁ ପକ୍ଷଭୁକ୍ତ କରାଇ ଥିବା ବେଳେ ବହିଷ୍କୃତ ଏମ୍ବିକେ ମହାସଂଘର ଅଫିସକୁ ପ୍ରବେଶ କରି ନପାରିବା ଓ ମହାସଂଘର କୌଣସି କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ମାନ୍ୟବର କୋର୍ଟ ସ୍ଥାୟୀ ନିଦେ୍ର୍ଦଶ ଜାରି କରିବାକୁ ପ୍ରାର୍ଥନା କରିଛନ୍ତି ।

ଶ୍ରୀମତୀ ନାୟକ ମାନ୍ୟବର କୋର୍ଟଙ୍କୁ ଦେଇଥିବା ତଥ୍ୟ ଅନୁସାରେ ଏମବିକେ ମହାଶୟା ମହାସଂଘ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା କାରଣରୁ ଗତ ୨୨-୧୦-୧୮ ମସିହାରେ ଅନୁଷ୍ଠିତ ମହାସଂଘର ଅଧିବେଶନରେ ୧୧ଟି ଆଞ୍ଚଳିକ ସଂଘର କର୍ମକର୍ତ୍ତାଙ୍କ ସର୍ବସମ୍ମତ ପ୍ରସ୍ତାବ କ୍ରମେ ତାଙ୍କୁ ସଂଘରୁ ବହିଷ୍କାର କରାଯାଇଛି । ତେଣୁ ନିୟମ ଅନୁସାରେ ମହାସଂଘ ସହିତ ତାଙ୍କର ଆଉ କୌଣସି ସଂପର୍କ ନାହିଁ । ଅନ୍ୟପକ୍ଷେ ଆବେଦନକାରିଣୀ ଶ୍ରୀମତୀ ନାୟକ ଅନ୍ୟ ଏକ ମାମଲା ଆଇ.ଏ ନଂ-୨୫୯/୨୦ ରୁଜୁ କରାଇ ମୂଳ ମାମଲାର ବିଚାର ଶେଷ ନ ହେବା ଯାଏଁ ସଂପୃକ୍ତା ଏମବିକେଙ୍କୁ ମହାସଂଘର ଅଫିସରେ ପ୍ରବେଶ କରି ନପାରିବା କିମ୍ବା ଅଫିସ କାର୍ଯ୍ୟରେ ବାଧା ସୃଷ୍ଟି ନ କରିବା ଲାଗି ଏକ ଅସ୍ଥାୟୀ ନିଷେଧାଜ୍ଞା ଜାରି କରିବାକୁ ମାନ୍ୟବର କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ଏହି ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ ବହିଷ୍କୃତ ଏମ୍ବିକେଙ୍କୁ ଆସନ୍ତା ୨୪ ତାରିଖରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ନିଦେ୍ର୍ଦଶନାମା ଜାରି କରିଛନ୍ତି ।

Leave A Reply