Odisha news

ମନ୍ଦିରରୁ ପୂଜା ସାରି ଫେରୁଥିବା ବେଳେ ବାଇକ୍ ଦୁର୍ଘଟଣାରେ ମହିଳା ମୃତ

0

ତିହିଡ଼ି,୩୦/୧୦(jADUMANI pANIGRAHI) : ଭଦ୍ରକ-ଚାନ୍ଦବାଲି ରାସ୍ତାର ସନ୍ଥପୁରା ଛକ ନିକଟରେ ଆଜି ମଧ୍ୟାହ୍ନ ପ୍ରାୟ ୧୨-୩୦ ସମୟରେ ଏକ ବାଇକ୍ ଦୁର୍ଘଟଣା ଘଟି ଜଣେ ମହିଳାଙ୍କର ମୃତୁ୍ୟ ଘଟିଛି । ମୃତା ମହିଳାଙ୍କ ନାଁ ହେଉଛି ସୁନାମଣି ପାଢୀ(୪୦) ଓ ତାଙ୍କ ଘର ପୀରହାଟ ଫାଣ୍ଡି ଅନ୍ତର୍ଗତ ଦୌଲତପୁର ଗାଁରେ ବୋଲି ଜଣାଯାଇଛି । ପ୍ରକାଶ ଯେ, ସୁନାମଣି ନିଜ ସ୍ୱାମୀ ପ୍ରଫୁଲ୍ଲ ପାଢୀଙ୍କ ସହିତ ବାଇକ୍ରେ ବସି ସିନେ୍ଦାଳ ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ ।

ପୂଜା ସାରି ସେମାନେ ଘରକୁ ଫେରୁଥିବା ସମୟରେ ସନ୍ଥପୁରା ଛକ ନିକଟରେ ପଛରୁ ଏକ ବାଇକ୍ ସେମାନଙ୍କ ଧକ୍କା ଦେବା ଫଳରେ ସନୁାମଣି ଗାଡିରୁ ଛିଟିକି ତଳେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ଲାଗି ତିହିଡି ମେଡିକାଲକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁନାମଣିଙ୍କ ମୃତୁ୍ୟରେ ତାଙ୍କ ପରିବାର ସମେତ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି । ତିହିଡି ପୋଲିସ ଏଥିନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

Leave A Reply