Odisha news

ଗୋଚ୍ଛାପଡାରେ ବିଶ୍ୱ ମସ୍ତିିଷ୍କଘାତ ଦିବସ ପାଳିତ

0
କନ୍ଧମାଳ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ବିଶ୍ୱ ମସ୍ତିଷ୍କଘାତ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଛାପଡ଼ା ଚିକିତ୍ସାଧିକାରୀ ଡ଼.ସାହିତାହା ପରବିନ୍‍, ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ସାହୁ,ସମସ୍ତ ଷ୍ଟାଫନର୍ସ, ଏଏନ୍‍ଏମ୍‍ ଓ ଆଶାକର୍ମୀମାନେ ସାମିଲ୍‍ ହୋଇଥିଲେ।
ଏହି ଅବସରରେ ଚିକିତ୍ସାଧିକାରୀ ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଡ଼ାକ୍ତରଖାନା ପରିସରରୁ ଶୋଭାଯାତ୍ରା ବାହାରି ଗୋଛାପଡ଼ା ପର୍ଯ୍ୟନ୍ତ ଗସ୍ତ କରି ଅଞ୍ଚଳ ବାସୀଙ୍କୁ ସଚେତନ କରିବା ସହିତ କିଭଳି ଭାବେ ମସ୍ତିିଷ୍କଘାତ ନ ହେବ ସେଥିପାଇଁ ମଧ୍ୟ ବିିଭିନ୍ନ ପ୍ରକାର ପରାମର୍ଶ ସାଧାରଣ ଜନତାଙ୍କୁ ଦିଆଯାଇଥିଲା।
Nalco
Leave A Reply