ନୂଆଦିଲ୍ଲୀ :ଆପଣ ହୁଏତ ଶୁଣିଲେ ବିଶ୍ୱାସ ନ କରି ପାରନ୍ତି ,କିନ୍ତୁ ଆପଣ କଣ ଜାଣିଛନ୍ତି କେବେ ଗୋଟିଏ ସ୍ଥାନରେ ଗୋଟିଏ କୋଠରୀରେ ଚିତାବାଘ ଓ କୁକୁର ଏକାଠି ରହିବା l କିନ୍ତୁ ଏହି ଘଟଣାଟି ସତ ଅଟେ l କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଏହି ବିଚିତ୍ର ଘଟଣା ଦେଖିବାକୁ ମିଳିଛି l ଗୋଟିଏ ଶୌଚାଳୟ ଭିତରେ ଚିତାବାଘ ଓ କୁକୁର ଏକା ସାଙ୍ଗରେ ୭ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିଲେ l ସାତାଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଉଦ୍ଧାର କାର୍ଯ୍ୟ ପରେ ଉଭୟଙ୍କୁ ବାହାର କରାଯାଇ ଥିଲା l
ଦକ୍ଷିଣ କନ୍ନଡ଼ରେ ଗୋଟିଏ ଗାଁରେ ସକାଳ ସମୟରେ ଗୋଟିଏ ଚିତାବାଘ କୁକୁରକୁ ପିଛା କରିଥିଲା l ଏହାପରେ କୁକୁରଟି ନିଜର ଜୀବନ ବଞ୍ଚାଇବା ପାଇଁ ଗୋଟିଏ ଶୌଚାଳୟ ଭିତରେ ପଶି ଯାଇଥିଲା l ଚିତାବାଘ ମଧ୍ୟ କୁକୁରଟିର ପଛରେ ପଶିଗଲା l ଏହାପରେ କୁକୁରର ଶବ୍ଦ ସହିତ ଚୀତାବାଘର ଗର୍ଜନ ଶୁଣିବାକୁ ମିଳିଥିଲା l ଏହାପରେ ଲୋକମାନେ ଉଭୟଙ୍କୁ ଦେଖି ଭୟଭୀତ ହୋଇଗଲେ l ସୌଚାଳୟକୁ ବାହାର ପଟରୁ ବନ୍ଦ ରଖି ତତ୍କାଳୀନ ପୋଲିସ ଓ ବନ ବିଭାଗକୁ ସନ୍ଦେଶ ଦିଆଗଲା l
ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ଶୌଚାଳୟ ବାହାରେ ଗାୟିଏ ପଞ୍ଜୁରୀ ରଖାଗଲା ଓ ଚାରି ପାର୍ଶ୍ୱରେ ଜାଲ ବିଛାଇ ଦିଆଗଲା l ପଶୁ ଚିକିତ୍ସକ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ l ଏହାପରେ ଦିନ ୨ଟା ପାଖାପାଖି ଚୀତାବାଘଟି କୁକୁରକୁ ନ ମାରି ସୌଚାଳୟରୁ କୁଦି ପଳାଇ ଗଲା l ଏହାପରେ କୁକୁରଟି ମଧ୍ୟ ବାହାରକୁ ବାହାରିଥିଲା l ଗୋଟିଏ ସୌଚାଳୟରେ କୁକୁର ଓ ଚିତାବାଘ ଏକାଠି ବନ୍ଦ ଥିଲେ ,ତା ପରେ ଘଟିଲା କଣ
Comments are closed.