Odisha news

ଏହି ୪ଟି ରାଶି ଉପରେ ରହିଥାଏ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା

ଯେଉଁ ଘରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ସେଠାରେ କେବେ ବି ଧନର ଅଭାବ ହୁଏ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତେକ ଗ୍ରହର କେହି ନା କେହି ଗ୍ରହ ସ୍ବାମୀ ରହି ଥାଆନ୍ତି । ସେହିଭଳି କେତୋଟି ଗ୍ରହ ରହିଛି ଯାହାର ସ୍ବାମୀ ମାତା ଲକ୍ଷ୍ମୀ ଅଟନ୍ତି ।

* ବୃଷ – ଏହି ରାଶିର ସ୍ବାମୀ ଗ୍ରହ ଶୁକ୍ର ଅଟନ୍ତି । ଶୁକ୍ରଙ୍କ ଆଶୀର୍ବାଦରେ ବୃଷ ରାଶି ର ବ୍ୟକ୍ତିମାନେ ଜୀବନରେ ବୈଭବ , ସଫଳତା , ଧନ , ପ୍ରେମ ସବୁକିଛି ଶୁକ୍ର ଗ୍ରହ କୃପାରୁ ଲାଭ କରିଥାଆନ୍ତି। ଏହି କାରଣରୁ ବୃଷ ରାଶି ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ । କମ୍ ଚେଷ୍ଟା ରେ ଅଧିକ ସଫଳତା ମିଳିଥାଏ ।

* କର୍କଟ – ଏହି ରାଶିର ସ୍ବାମୀ ଚନ୍ଦ୍ରମା ଅଟନ୍ତି ।ମାନ୍ୟତା ରହିଛି ଯେ ଏହି ରାଶିର ବ୍ୟକ୍ତିଙ୍କ ଜୀବନ ସବୁବେଳେ ସୁଖ ସମୃଦ୍ଧି ରେ ଭରି ରହିଥାଏ । କର୍କଟ ରାଶିର ବ୍ୟକ୍ତିମାନେ ଖୁବ୍ ପରିଶ୍ରମୀ ହୋଇଥାଆନ୍ତି । ନିଜ ପରିଶ୍ରମ ବଳରେ ସଫଳତା ହାସଲ କରି ଥାଆନ୍ତି ।

* ସିଂହ – ଏହି ରାଶିର ସ୍ବାମୀ ସୂର୍ଯ୍ୟ ଅଟନ୍ତି । ଏହି ରାଶି ଉପରେ ସବୁବେଳେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ । ଏହି ରାଶିର ବ୍ୟକ୍ତିମାନେ ନିର୍ଭୀକ , ସାହାସୀ ଓ ପରିଶ୍ରମୀ ହୋଇଥାଆନ୍ତି । ନିଜ ପରିଶ୍ରମ ଦ୍ଵାରା ସଫଳତା ଲାଭ କରନ୍ତି ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରନ୍ତି ।

* ବିଛା ରାଶି – ବିଛା ରାଶିର ସ୍ବାମୀ ମଙ୍ଗଳ ଗ୍ରହ ଅଟନ୍ତି । ବିଛା ରାଶିର ବ୍ୟକ୍ତି ମାନଙ୍କ ନିକଟରେ ଧନ ର ଅଭାବ ରୁହେନାହିଁ । ମଙ୍ଗଳ ଗ୍ରହ ପ୍ରଭାବରୁ ଏହି ରାଶିର ବ୍ୟକ୍ତି ପରିଶ୍ରମୀ , ଉର୍ଜା ବାନ୍ ଓ ଖୁସି ରହିବା ସ୍ୱଭାବର ହୋଇ ଥାଆନ୍ତି । ସେମାନେ ନିଜ ବୁଦ୍ଧି ବିଚାର ବଳରେ ସମସ୍ତ ସମସ୍ୟାର ସମାଧାନ କରନ୍ତି ।

Comments are closed.