Odisha news

ଭାରତର କିଛି ଅଞ୍ଚଳକୁ ନିଜର ଦର୍ଶାଇ ନେପାଳ ଜାରି କରିଥିବା ନୂଆ ମାନଚିତ୍ରକୁ ମାନ୍ୟତା ଦେଲା ନେପାଳ ସଂସଦ

0

କାଠମାଣ୍ଡୁ: ଭାରତର କିଛି ଅଞ୍ଚଳକୁ ନିଜର ଦର୍ଶାଇ ନେପାଳ ଜାରି କରିଥିବା ନୂଆ ମାନଚିତ୍ରକୁ ମାନ୍ୟତା ଦେଲା ନେପାଳ ସଂସଦ। ନେପାଳ ନିମ୍ନ ସଦନ ପ୍ରତିନିଧି ସଭାରେ ଏନେଇ ଭୋଟିଂ ପରେ  ବିଧେୟକ ଗୃହୀତ ହୋଇଛି। ସାମ୍ବିଧାନିକ ବିଧେୟକ ଭାବେ ଉପସ୍ଥାପିତ ଏହି ବିଧେୟକ ଉପରେ ନିମ୍ନ ସଦନ ତଥା ପ୍ରତିନିଧି ସଭାରେ ଆଲୋଚନା ପରେ ଭୋଟିଂ ହୋଇଥିଲା। ଏହି ବିବାଦୀୟ ବିଲ୍‌ଟି ୨୫୮(ଭିତରୁ୨୭୫) ଭୋଟ୍‌ରେ ପାରିତ ହୋଇଛି। ତେବେ ଏହା ବିରୋଧରେ ଗୋଟିଏ ବି ଭୋଟ୍ ପଡ଼ିନଥିଲା।

ନୂଆ ନକ୍ସାରେ ଭାରତ ସୀମା ଭିତରେ ଉତ୍ତରାଖଣ୍ଡ ଅଧିନରେ ଥିବା ୩ଟି ଗାଁକୁ ନେପାଳ ନିଜର ଦର୍ଶାଇଛି। ଏହି ୩ଟି ଗାଁକୁ ନିଜର ଦର୍ଶାଇବା ସହ ନିଜ ମାନଚିତ୍ରରେ ନେପାଳର ପରିସୀମା ୩୩୦ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ ବୃଦ୍ଧି କରିଛି। ଏହାକୁ ଭାରତ ପକ୍ଷରୁ ତୀବ୍ର ବିରୋଧ ସତ୍ତ୍ୱେ ନେପାଳ ଏହା ଉପରେ ଆଜି ଭୋଟିଂ ହୋଇଥିଲା। ଗତ ମାସ ନେପାଳର ଶାସକ ଦଳ ଏହି ନୂଆ ମାନଚିତ୍ରକୁ ମଂଜୁରୀ ଦେଇଥିଲା।

ବିରୋଧୀ ନେପାଳ କଂଗ୍ରେସ ମଧ୍ୟ ସରକାରଙ୍କ ନିଷ୍ପତ୍ତି ସପକ୍ଷରେ ଯାଇଥିଲା। ଉତ୍ତରାଖଣ୍ଡ ଭିତରେ ନେପାଳ ସୀମାକୁ ଲାଗି ବହିଥିବା କାଳୀ ନଦୀର ଏପାଖେ ଥିବା ଲିପୁଲେଖ ପାସ୍, ଲିମ୍ପିୟାଦୁରା ଏବଂ କଳାପାଣିକୁ ନେପାଳ ନିଜର ବୋଲି ଦର୍ଶାଇଛି।

ବିଲ୍ ପାସ୍ ପରେ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗୋୟଲ୍ କହିଛନ୍ତି, ନେପାଳର ନୂଆ ମେପ୍‌ ସବୁବେଳେ ରହିବି। ଏଥିରେ ପରିବର୍ତ୍ତନ ହେବାର କୌଣସି ପ୍ରଶ୍ନ ଉଠୁନି।

ତେବେ ନେପାଳ ସହିତ ସୀମା ବିବାଦ ନେଇ ଆଜି ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନରବଣେ କହିଛନ୍ତି ଯେ, ନେପାଳ ସହ ଭାରତର ଅତି ଉତ୍ତମ ସଂପର୍କ ରହିଛି। ଏହା ଆଗକୁ ମଧ୍ୟ ବଜାୟ ରହିବ।

ଗୋଟିଏ ପଟେ ଭାରତ ନେପାଳ ସହିତ ସମ୍ପର୍କ ସୁଧାରିବାକୁ ଚଷ୍ଟା କରୁଥିବା ବେଳେ ନେପାଳ କିନ୍ତୁ ନିଜ ଜିଦ୍‌ରେ ଅଡ଼ି ବସିଛି। ତେବେ ବିଲ୍ ପାସ୍ ପରେ ପଡ଼ୋଶୀ ନେପାଳ କେଉଁ ପଦକ୍ଷେପ ନେଇଛି ତା ଉପରେ ନଜର। ‌

Nalco

Leave A Reply