Odisha news

ବାତ୍ୟାକୁ ନେଇ ଅଗ୍ନିଶମ କେନ୍ଦ୍ରର ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ

0

ଗୋପ : ବାତ୍ୟା ସମ୍ପର୍କୀତ ସମୀକ୍ଷା ବୈଠକ ସରିବା  ପରେ ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସ ଅଚାନକ ଗୋପ ଅଗ୍ନିଶମ କେନ୍ଦ୍ର ପରିଦର୍ଶନ କରିବା ସହିତ ଅଗ୍ନିଶମ କେନ୍ଦ୍ର କିପରି ଭାବେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ରହିଛି ତାହାକୁ ନେଇ ପଚାରି ବୁଝିବା ସହିତ ଗୋପ ଅଗ୍ନିଶମ ବିଭାଗର ପ୍ରସ୍ତୁତିକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ।

ଅଗ୍ନିଶମ ଅଧିକାରୀ ପ୍ରସନ୍ନ ବେହେରା ମନ୍ତ୍ରୀ ଶ୍ରୀଯୁକ୍ତ ଦାସଙ୍କୁ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ବୁଝାଇବା ସହିତ ସେଠାରେ ଥିବା ସମସ୍ତ ଉପକରଣ ଠିକ୍ ରହିବା ସହିତ ସମସ୍ତ କର୍ମଚାରୀମାନେ ସଜାଗ ରହିଛନ୍ତି । ଗତ କାଲି ଠାରୁ ମଧ୍ୟ ଗୋପ ଅଗ୍ନିଶମ ବିଭାଗ ତରଫରୁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳିକୁ ପରିଦର୍ଶନ କରିବା ସହିତ ବାତ୍ୟା ଆଶ୍ରୟ ସ୍ଥଳିରେ ଥିବା ସମସ୍ତ ସଂରଜାମ ଗୁଡିକୁ ତନଖି  କରାଯାଇଥିବା ଅଧିକାରୀ ଜଣାଇଥିଲେ । ସମ୍ଭାବ୍ୟ ବାତ୍ୟାକୁ ନେଇ ଆମେ ସମସ୍ତେ ପ୍ରସ୍ତୁତ ଏବଂ ଯେ କୌଣସି ଅଘଟଣକୁ ସାମ୍ନା କରିବାକୁ  ଆମେ ଏବେ ଠାରୁ କାର୍ଯ୍ୟ ଆରମ୍ଭ କରିସାରିଛୁ । ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଗୋପ ତହସିଲଦାର ପୃଥ୍ୱିରାଜ ମଣ୍ଡଳ ମଧ୍ୟ ଉପସ୍ଥିତ ରହି ଅଗ୍ନିଶମ ବିଭାଗର ପ୍ରସ୍ତୁତି କୁ ନେଇ ଅନୁଧ୍ୟାନ କରିବା ସହିତ ସେ ମଧ୍ୟ ସନ୍ତୋଷ ପ୍ରକାସ କରିଥିଲେ ।

 

Leave A Reply