Odisha news

କାଳଜୟୀ ରବୀନ୍ଦ୍ର ନାଥ ଟାଗୋର

0

By suvendra Pattanaik : ରବୀନ୍ଦ୍ର ନାଥ ଟାଗୋର ୧୮୬୧ ମସିହା ମେ ମାସ ୭ ତାରିଖରେ କୋଲକତାର ଜୋରସାଙ୍କୋ ଠାକୁର ବାଡ଼ିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଶାରଦା ଦେବୀ ଓ ପିତାଙ୍କ ନାମ ମହର୍ଷି ଦେବେନ୍ଦ୍ରନାଥ ଟାଗୋର । ଟାଗୋର ଏକ ସମ୍ଭ୍ରାନ୍ତ ଓ ଧନୀ ପରିବାର ଥିଲା । ସେ ଏହି ପରିବାରରେ ଜନ୍ମଗ୍ରହଣ କରିିଥିଲେ । ଘରୋଇ ଶିକ୍ଷକ ମାନଙ୍କ ଦ୍ୱାରା ସେ ତାଙ୍କର ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ । ପିଲାଦିନରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ ଦ୍ୱାରା ଲିଖିତ କ୍ଷୁଦ୍ରଗଳ୍ପ, ରମ୍ୟ ରଚନା ଓ କବିତା ସଂକଳନ ଆଦି ଆଜି ମଧ୍ୟ ଲୋକମାନଙ୍କ ମଧ୍ୟରେ ଆଦୃତ । ସେ ହେଉଛନ୍ତି ପ୍ରଥମ ଭାରତୀୟ, ଯାହାଙ୍କୁ ୧୯୧୩ ମସିହାରେ ତାଙ୍କ ଦ୍ୱାରା ଲିଖିତ ‘ଗୀତାଞ୍ଜଳି’ ପାଇଁ ନୋବେଲ ପୁରସ୍କାରେ ପୁରସ୍କୃତ କରାଯାଇଥିଲା । ଆମର ରାଷ୍ଟ୍ରଗୀତ ‘ଜନ-ଗଣ-ମନ’ର ରଚନା କରି କାଳଜୟୀ ହୋଇ ରହିଛନ୍ତି ।

କବିତା ବା କାହାଣୀ ଆକାରରେ ତାଙ୍କ ଲେଖା ମାଧ୍ୟମରେ ସେ ଲୋକଙ୍କ ମାନସିକ ଭାବନାକୁ ଭଲ ଭାବରେ ପ୍ରଦର୍ଶନ କରିଥିଲେ | ତାଙ୍କର ଲେଖା ଆଜିର ଲୋକମାନଙ୍କ ପାଇଁ ମଧ୍ୟ ଅଗ୍ରଗାମୀ ବୋଲି ପ୍ରମାଣିତ ହୋଇଛି | ଜାଲିଆନୱାଲା ବାଗ ହତ୍ୟାକାଣ୍ଡରେ ସେ ଅତ୍ୟନ୍ତ ଦୁଖିତ ହୋଇଥିଲେ ଯେଉଁଥିରେ 13 ଏପ୍ରିଲ 1919 ରେ ଅମୃତସରରେ ଜେନେରାଲ ଡାୟର ଏବଂ ତାଙ୍କ ସୈନିକ ମାନେ ମହିଳା ଏବଂ ଶିଶୁଙ୍କ ସମେତ ଅନେକ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ।

ରବୀନ୍ଦ୍ରନାଥ ଟାଗୋରଙ୍କୁ ରବୀନ୍ଦ୍ରନାଥ ଠାକୁର ନାମରେ ବି ଜଣାଯାଏ । କିନ୍ତୁ ସେ ଗୁରୁଦେବ ନାମରେ ପ୍ରସିଦ୍ଧି ଲାଭ କରିଥିଲେ । ସେ ଜଣେ ମହାନ୍ କବି ଥିଲେ, ଯାହାଙ୍କୁ ଲୋକମାନେ କାଳିଦାସଙ୍କ ପରେ ଜାଣିଥିଲେ । ଆଜି ସିଏ କେବଳ ଭାରତର ଗର୍ବ ନୁହଁନ୍ତି, ସମଗ୍ର ବିଶ୍ୱରେ ତାଙ୍କୁ ପ୍ରାୟ ସମସ୍ତେ ଜାଣନ୍ତି । ସେ ୧୮୭୫ ମସିହାରେ ଯେତେବେଳେ ମାତ୍ର ୧୪ ବର୍ଷର ହୋଇଥିଲେ ତାଙ୍କ ମାତା-ପିତାଙ୍କ ଦେହାନ୍ତ ହୋଇଯାଇଥିଲା । ଏକାଧାରରେ ସେ ଜଣେ ପ୍ରସିଦ୍ଧ କବି ସହିତ ଚିତ୍ରକର, ଦର୍ଶନଶାସ୍ତ୍ର, ଦେଶଭକ୍ତ, ଉପନ୍ୟାସକାର ଓ ଗାୟକ ଥିଲେ ।

ଟାଗୋରଙ୍କ ଦ୍ୱାରା ଲିଖିତ କ୍ଷୁଦ୍ରଗଳ୍ପଗୁଡ଼ିକ ମାନବ ସମାଜ ପ୍ରତି ତାଙ୍କର ଗଭୀର ଅନୁଭବକୁ ବୁଝାଇଥାଏ । ସେ ଜଣେ ଏପରି କବିଥିଲେ ଯିଏକି ଦେଶକୁ ଗୋଟିଏ ମୂଲ୍ୟବାନ ଉପହାର ଦେଇଥିଲେ ଯାହା ଥିଲା ଆମର ରାଷ୍ଟ୍ରଗାନ ‘ଜନ-ଗଣ-ମନ’ । ସେ ୧୯୦୨ ମସିହାରେ ଶାନ୍ତିନିକେତନରେ ବିଶ୍ୱଭାରତୀ ୟୁନିଭରସିଟିର ସଂସ୍ଥାପକ ଥିଲେ । ୧୯୪୧ ମସିହା ଅଗଷ୍ଟ ମାସ ୭ ତାରିଖରେ ସେ ଇହଧାମ ତ୍ୟାଗ କରିଥିଲେ ।

Govt
Leave A Reply