ଆମେ ବିଭିନ୍ନ ପ୍ରକାରର ଜୁସକୁ ଆମ ଖାଦ୍ୟରେ ସାମିଲ କରିଥାଉ l କାରଣ ଆମ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହିତ ବିଭିନ୍ନ ପ୍ରକାରର ଲାଭ ଦାୟକ ଗୁଣ ଆମେ ଜୁସରୁ ପାଇଥାଉ l ସେହିଭଳି ଗୋଟିଏ ଜୁସ ହେଉଛି ଗହମ ଘାସର ଜୁସ l ଯାହା ଅନେକ ପ୍ରକାରର ପୋଷକତତ୍ୱରେ ଭରପୁର ଅଟେ l ଗହମ ଘାସରେ କ୍ଳରଫିଲ ଉଚ ମାତ୍ରାରେ ରହିଥିବା ହେତୁ ଏଠି ବିଭିନ୍ନ ପ୍ରକାରର ଭିଟାମିନ ,ଖଣିଜ ,ପ୍ରୋଟିନ ଓ ଏଞ୍ଜାଇମରେ ସମୃଦ୍ଧ ଅଟେ l ଗବେଷଣାରୁ ଜଣା ପଡିଛି ଯେ ଗହମ ଗଛ କ୍ୟାନ୍ସର ବିରୋଧୀ ଗୁଣରେ ଭରପୁର l ଲୋକମାନେ ଏହାକୁ ବିଭିନ୍ନ ପ୍ରକାରର ହିତକର ଗୁଣ ଯୋଗୁ ଏହାକୁ ସେବନ କରିଥାନ୍ତି l
* କୋଲେଷ୍ଟ୍ରଲକୁ କମ କରିଥାଏ -ଆମ ଶରୀରରେ ହର୍ମୋନ ତିଆରି କରିବା ଓ ପିତ ଉତ୍ପାଦନ କରିବା ପାଇଁ କିଛି କୋଲେଷ୍ଟ୍ରଲର ଆବଶ୍ୟକତା ରହିଛି l କିନ୍ତୁ ରକ୍ତରେ ଅଧିକ କୋଲେଷ୍ଟ୍ରଲ ରହିବ ଦ୍ୱାରା ରକ୍ତ ଠିକରେ ପ୍ରବାହ କରି ପରେ ନାହିଁ ଓ ହୃଦଘାତର ସମ୍ମୁଖୀନ ହେବାକୁ ପଡିଥାଏ l ଗହମ ଗଛର ରସ କ୍ଷତିକାରକ କୋଲେଷ୍ଟ୍ରଲକୁ କମ କରିବା ସହିତ ଭଲ କୋଲେଷ୍ଟ୍ରଲକୁ ବଢ଼ିବାରେ ସାହାଯ୍ୟ କରେ l
* କ୍ୟାନ୍ସର କୋଷିକକୁ ନଷ୍ଟ କରିବାରେ ସାହାଯ୍ୟ କରେ -ଗହମ ଗଛରେ ଉଚ ମାତ୍ରାର ଆଣ୍ଟିଆକ୍ସିଡେଣ୍ଟ ରହିଥିବା କାରଣରୁ କ୍ୟାନ୍ସର କୋଷିକା ଗୁଡିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ l ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଗହମ ଗଛର ଅର୍କ ୪୧ % ପର୍ଯ୍ୟନ୍ତ ମୁଖ ଗହ୍ୱର କ୍ୟାନ୍ସରକୁ କମ କରିଥାଏ l
* ମଧୁମେହକୁ ନିୟନ୍ତ୍ରିତ କରେ- ଦେଶରେ ପ୍ରାୟ ୭୦ % ରୁ ଅଧିକ ଲୋକ ମଧୁମେହର ପୀଡିତ ଅଟନ୍ତି ,ଭାରତକୁ ବିଶ୍ୱର ମଧୁମେହର ରାଜଧାନୀ ବୋଲି କୁହାଯାଏ l ମଧୁମେହ ସାଧାରଣାରୁ ନେଇ ଗମ୍ଭୀର ରୋଗକୁ ଜନ୍ମ ଦେଇଥାଏ l ଗୋଟିଏ ଅଧୟନରୁ ଜଣ ପଡିଛି ଯେ ଗହମ ଗଛର ରସ ମଧୁମେହର ସ୍ତରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l
* ଓଜନ କାମନାଇବାରେ ସାହାଯ୍ୟ କରେ-ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ନିଜ ଆହାରରେ ଗହମ ଘାସର ରସକୁ ସାମିଲ କରିବା ଆବଶ୍ୟକ l ଏହି ରସରେ ରହିଥିବା ଥାଇଲା କୋଇଡିଶ ନାମକ ତତ୍ୱ ଓଜନକୁ କମାଇବାରେ ସାହାଯ୍ୟ କରିଥାଏ l ଏହି ତତ୍ୱ ଅଧିକାଂଶ ସବୁଜ ଜିନିଷରେ ମିଳିଥାଏ ,ଯେପରି କି ପାଳଙ୍ଗ ,ମେଥି ,କଳମ ଶାଗ ଇତ୍ୟାଦି l
* ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ -ଗହମ ଗଛର ରସରେ କ୍ଳରଫିଲ ଓ ହିମୋଗ୍ଲୋବିନ ସମାନ ମାତ୍ରାରେ ରହିଛି ,ଯାହା ରକ୍ତ କୋଷିକା ଗୁଡିକୁ ସୁସ୍ଥ ରଖିବା ସହିତ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ l
Comments are closed.