Odisha news

ଗଙ୍ଗଦାହାଟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

0

ନାଉଗାଁ : ନାଉଗାଁ ତହସିଲି ଅନ୍ତର୍ଗତ ଗଙ୍ଗଦାହାଟ ଠାରେ ଥିବା ଏକ କମ୍ପୁ୍ୟଟର ସେଂଟରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଇଲୋକ୍ଟ୍ରୋନିକ ସାମଗ୍ରୀ ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ ଏହି ବଜାରରେ ଶର୍ବେଶ୍ୱର ମହାରଣାଙ୍କ କମ୍ପୁ୍ୟଟର କେୟାର ନାମକ ଏକ ଦୋକାନ ରହିଛି ।

ଯୋଉଁଥିରେ ଲକ୍ଷାଧିକ ଟଙ୍କାର କମ୍ପୁଟର, ଜେରକ୍ସ ମେସିନ, ପ୍ରିଟଂର ମେସିନ ଓ ଇଲୋକ୍ଟ୍ରୋନିକ ସ୍ପେୟାର ପାଟ୍ସ ଆଦି ରହିଥିଲା । ଉକ୍ତ ଦୋକନଟି ଲକ ଡାଉନ କାରଣରୁ ଦିର୍ଘଦନ ଧରି ବନ୍ଦ ରହିଥିବା ବେଳେ ଶୁକ୍ରବାର ଉକ୍ତ ଦୋକାନ ଭିତରୁ ଧୁଆଁ ବାହାରୁଥିବା ସ୍ଥାନୀୟ ଲୋକମାନେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା ଗାଡି ସେଠାରେ ପହଁଚି ନିଆଁକୁ ଆୟତ କରିଥିଲେ । ମାତ୍ର ସେତବେଳକୁ ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଉକ୍ତ ଦୋକାନୀ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ କ୍ଷତିପୁରଣ ଯୋଗଇ ଦେବାକୁ ଗଙ୍ଗଦା ବଜାର କମିଟ ପକ୍ଷରୁ ଦାବି ହୋଇଛି ।

 

Leave A Reply