Odisha news

ମହାବାତ୍ୟା ଆମ୍ଫାନ ଦ୍ବାରା ହୋଇଥିବା କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍

0
ରାଜନଗର:ଗୁରୁବାର ମଧ୍ୟାହ୍ନରେ ମହାବାତ୍ୟା ଅମ୍ପାନ ପରବର୍ତ୍ତୀ ସ୍ଥିତି ସମୀକ୍ଷା ପାଇଁ ୩ଜଣିଆ କେନ୍ଦ୍ରୀୟ ଟିମ ରାଜନଗର ବ୍ଲକର ପେଣ୍ଠ ସମୁଦ୍ର କୂଳରେ ପହଁଞ୍ଚି କ୍ଷେତ୍ର ପରିଦର୍ଶନ କରିବା ସହିତ ଅମ୍ଫାନ ଦ୍ବାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ ।
ମିଶନ ଜଳ ଶକ୍ତିର ସୁପରିଟେଣ୍ଡେଣ୍ଟ ଇଂ ଅମରେଶ ପାଲ,ଯୁଗ୍ମ ସଚିବ ଶୁରଜ କୁମାର ପ୍ରଧାନ,ଡିରେକ୍ଟର ମିନିଷ୍ଟର ଅଫ ପାୱାର ଏନ ଆର ଏଲ କେ ପ୍ରସାଦ,ବିଧାୟକ ଧ୍ରୁବ ଚରଣ ସାହୁ,ଜିଲ୍ଲାପାଳ ସମର୍ଥ ବର୍ମା,ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଇଂ ଯୁଗଳ କିଶୋର ତ୍ରିପାଠୀ,ନିର୍ବାହୀ ଯନ୍ତ୍ରୀ ଇଂ ପୂର୍ଣ୍ଣ ଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।
କେନ୍ଦ୍ରୀୟ ଟିମ ସହିତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ବିଧାୟକ,ସାଂସଦଙ୍କ ପ୍ରତିନିଧି ଅଶୋକ କୁମାର ପ୍ରତିହାରୀ ସ୍ଥାନୀୟ ସରପଞ୍ଚ ଏବଂ ସ୍ଥାନୀୟ ଜନସାଧାରଣ ପ୍ରମୁଖ ସମୁଦ୍ର କୂଳ ନିକଟରୁ ଗାଁ ମଧ୍ୟରେ ଚାଲିଚାଲି ଆସି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳି ନିକଟରେ ପହଁଞ୍ଚି କିଛି ସମୟ ପାଇଁ ସେଠାରେ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।
Leave A Reply