ନୂଆଦିଲ୍ଲୀ : ବେଳେ ବେଳେ କୁହାଯାଇଥାଏ ଯେ କୁକୁର ସବୁଠାରୁ ଭରଷା ଯୋଗ୍ୟ ସାଥି ଅଟେ l କିନ୍ତୁ ଅଂଟ୍ରେଲିଆରେ ଗୋଟିଏ ବିଲେଇ ନିଜ ଜୀବନକୁ ବାଜି ଲଗାଇ ପ୍ରମାଣିତ କରିଦେଇଛି ଯେ ବିଲେଇ ମାନେ ମଧ୍ୟ ଦୁନିଆରେ ଭରଷା ଯୋଗ୍ୟ ଜୀବ ଅଟନ୍ତି l ମିଳିଥିବା ସୂଚନା ଅନୁସାରେ ଦୁଇଟି ଛୋଟ ପିଲା ନିଜ ଘରର ବଗିଚାରେ ଖେଳୁଥିଲେ ,ସେହି ସମୟରେ ସେଠାରେ ଗୋଟିଏ ଇଷ୍ଟର୍ନ ବ୍ରାଉନ ସାପ ଦେଖା ଗଲା l ଏହି ବିଲେଇଟି ପୁରା ବଳ ଲଗାଇ ସାପ ପାଖରୁ ଦୁଇଟି ଛୋଟ ପିଲାଙ୍କୁ ରକ୍ଷା କରିଥିଲା l
ନେସନାଲ ଜୋଗ୍ରାଫି ଅନୁସାରେ ଇଷ୍ଟର୍ନ ବ୍ରାଉନ ଅଷ୍ଟ୍ରେଲିଆର ସବୁଠୁ ବିଷଧର ସାପ ଅଟନ୍ତି ଓ ଅଷ୍ଟ୍ରେଲିଆରେ ଏହି ସାପ ଅଧିକାଂଶ ଲୋକଙ୍କ ଜୀବନ ନିଅନ୍ତି l ଏହି ସାପ ମାନଙ୍କୁ ଖୁବ ଶୀଘ୍ର କ୍ରୋଧ ଆସିଥାଏ ଓ ଏମାନେ ଅଷ୍ଟ୍ରେଲିଆର ସବୁଠାରୁ ଭୟଙ୍କର ସାପ ମାନଙ୍କ ମଧ୍ୟରେ ଗଣନା ହୁଅନ୍ତି l ଅଷ୍ଟ୍ରେଲିଆ ବିଷାକ୍ତ ସାପ ମାନଙ୍କ ସ୍ଥାନରେ ବିଶ୍ୱରେ ଦୁତୀୟା ସ୍ଥାନ ଅଧିକାର କରିଛି l ବିଲେଇଟିର ନାମ ହେଉଛି ଆର୍ଥର ,ସେ ଯେତେବେଳେ ଏହି ସାପଟିକୁ ଦେଖିଲା ପିଲା ମାନଙ୍କ ଆଡକୁ ଅଗ୍ରସର ହେବାର ସେ ବିଳମ୍ବ ନକରି ସାପ ଉପରକୁ ଡେଇଁ ପଡିଲା l
ଏହାପରେ ସେ ସାପଟି ସହିତ ଦୀର୍ଘ ସମୟ ଧରି ସଂଘର୍ଷ କରିବା ପରେ ସାପଟିର ମୃତ୍ୟୁ ହୋଇଥିଲା ଏବଂ ସାପଟି ମଧ୍ୟ ଆର୍ଥରକୁ କାମୁଡିବା କାରଣରୁ ସେ ମଧ୍ୟ ମରିଗଲା l ଏହି ସାପଟିର ବିଷ ଅଟେ ଭୟଙ୍କର ଥିଲା ଯେ ଆର୍ଥରକୁ ଯେତେବେଳେ କାମୁଡ଼ିଲା କିଛି ସମୟ ପାଇଁ ବିଲେଇଟି ତଳକୁ ଲୋଟି ପଡିଲା ,ଏହାପରେ ତୁରନ୍ତ ଉଠିପଡ଼ି ସାପଟିକୁ ଆକ୍ରମଣ କରି ମାରି ଦେଇଥିଲା l ଧୀରେ ଧୀରେ ସାପଟିର ବିଷ ବିଲେଇ ଶରୀରରେ ବୟାପୀ ଜିଥିଲା ,ତାର ମାଲିକ ତାକୁ ଡାକ୍ତର ଖାନାକୁ ନେଲେ ସେତେବେଳେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ l
Comments are closed.