Odisha news

ସାଟେଲାଇଟ୍ ରେ ଅନ୍ତରୀକ୍ଷକୁ ଯିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଓ ଭାଗବତ

ନୂଆଦିଲ୍ଲୀ :ଇସ୍ରୋ ଫେବୃଆରୀ ୨୮ ତାରିଖ ଦିନ PSLB-C 51 ରକେଟରୁ ବ୍ରାଜିଲର ସାଟେଲାଇଟ AMAZONIA-1ଓ ୩ଟି ଭାରତୀୟ ସାଟେଲାଇଟ ଲଞ୍ଚ କରିବ l ଏହି ତିନିଟି ଭାରତୀୟ ସାଟେଲାଇଟ ଭାରତର ହିଁ ବିକଶିତ କରାଯାଇଛି l ଏଗୁଡିକର ନାମ ହେଲା ଆନନ୍ଦ ,ସତୀଶ ଧବନ ସାଟେଲାଇଟ ଓ ୟୂନିଟି ସେଟ l

ସତୀଶ ଧବନ ସାଟେଲାଇଟକୁ ସ୍ପେଶ କିଡ଼ସ ଇଣ୍ଡିଆ ନାମରେ ଷ୍ଟାର୍ଟଅପ ପ୍ରସ୍ତୁତ କରାଯାଇଛି ,ଏଥିରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ନାମ ଓ ଫୋଟ ଲଗାଯାଇଛି l ସ୍ପେସ କିଡ଼ସର ସିଇଓ ଡ଼ .କେସନ କହିଛନ୍ତି ଆମ ମାନଙ୍କୁ ଅବସର ଦିଆଯାଉଛି ନୂତନ ଭାବରେ କାର୍ଯ୍ୟ କରିବା ପାଇଁ l ଆମ ପାଖକୁ ପାଖାପାଖି ୨୫ ହଜାର ନାମ ଆସିଥିଲା ,ଯାହା ଏହି ସାଟେଲାଇଟ ଜରିଆରେ ଅନ୍ତରୀକ୍ଷକୁ ଯିବ l ଏଥିରେ ନରେନ୍ଦ୍ର ମୋଦିଙ୍କ ଫୋଟ ଓ ନାମ ସାଟେଲାଇଟର ଉପର ଭାଗରେ ରହିଛି l

ଏହା ପ୍ରଥମ ଅବସର ଯାହା କୌଣସି ଭାରତୀୟ ଘରୋଇ କମ୍ପାନୀକୁ ସାଟେଲାଇଟରେ ମଣିଷଙ୍କ ନାମ ପଠା ଯାଉଛି l ପ୍ରଧାନମନ୍ତ୍ରୀ ମୋଦିଙ୍କର ଆତ୍ମନିର୍ଭର ଭାରତକୁ ଅନ୍ତରୀକ୍ଷରେ ସ୍ଥାନ ଦେବ l ଆମେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଅନ୍ତରୀକ୍ଷକୁ ଏହି ସାଟେଲାଇଟ ଜରିଆରେ ତାଙ୍କର ଫଟୋ ଓ ନାମ ପଠାଉଛୁ ଯାହାକୁ ଫେବୃଆରୀ ୨୮ ତାରିଖ ଦିନ ଶ୍ରୀହରି କୋଟରୁ ଲଞ୍ଚ କରାଯିବ l ଏଥିରେ ଗୋଟିଏ ଚିପ୍ ରହିଛି ଯାହା ସମ୍ପୂର୍ଣ୍ଣ ଭାଗବତ ଗୀତାକୁ ଏହି ସାଟେଲାଇଟ ସହିତ ଅନ୍ତରୀକ୍ଷକୁ ନେଉଛି l

ସତୀଶ ଧବନ ସାଟେଲାଇଟ ପୃଥିବୀର ନିମ୍ନ ଭାଗରେ ଆର୍ବିଟ ଚାରି ପାଖରେ ବୁଲି କିମ୍ବା ଗୋଟିଏ ସ୍ଥାନରେ ଅଟକି ପାଣିପାଗ ,ଚୁମ୍ବକୀୟ ସ୍ତରର ଅଧୟନ କରିବ l ଠିକ ଏହିଭଳି ଆସନ୍ତା କିଛି ମାସରେ ଦୁଇଟି ଘରୋଇ କମ୍ପାନୀ ଶ୍ରୀହରି କୋଟରେ ଥିବା ସ୍ପେସ ପୋର୍ଟ ଓ ତିରୁବନ୍ତପୁରମ ସ୍ଥିତ ରକେଟ ସେଣ୍ଟରରେ ନିଜ ଇଞ୍ଜିନକୁ ଯାଞ୍ଚ କରିବେ l

Comments are closed.