Odisha news

ଠାକୁରମୁଣ୍ଡାରେ ବଞ୍ଜାରା ରେଷ୍ଟୁ ରାଣ୍ଟ ଉଦ୍ ଘାଟିତ : ଅନେକ ଦିନରୁ ଅପେକ୍ଷାରେ ଥିଲେ ଠାକୁରମୁଣ୍ଡା ଅଞ୍ଚଳ ଵାସୀ

0
ଠାକୁରମୁଣ୍ଡା : 11/4 : -,ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ସୋମବାର ଦିନ ବଞ୍ଜାରା ରେଷ୍ଟୁ ରାଣ୍ଟ ଉଦଘାଟିତ ହୋଇଯାଇଛି I ତେବେ ପାଟଣା ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗଦେଇ ଫିତା କାଟି ରେଷ୍ଟୁ ରାଣ୍ଟକୁ ଶୁଭାରମ୍ଭ କରିଛନ୍ତି I ତେବେ ଏହି ଉଦଘାଟନ ଉତ୍ସବରେ ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା, ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ, ଠାକୁରମୁଣ୍ଡା ସରପଞ୍ଚ ଆଲୋକ ଦଙ୍ଗ, ତରାମରା ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ, ପଡିଆବେଡ଼ା ସମିତି ସଭ୍ୟ ପ୍ରମୋଦ ନାଏକ, ହାତୀଗୋଡ଼ା ସମିତି ସଭ୍ୟ ପ୍ରତାପ ନାଏକ, ଧାତିକିଡିହା ସମିତି ସଭ୍ୟ ମନୋଜ ବୀନିସିଆ, କେନ୍ଦୁଜିଆଣି ସମିତି ସଭ୍ୟ ଜିଞ୍ଜି ଯମଦା ପ୍ରମୁଖ ଯୋଗ ଦେଇଥିବା ବେଳେ ପାଟଣା ଏବଂ ସାହାରପଡା ଅଞ୍ଚଳରୁ ୨୯ ନମ୍ବର ଜିଲ୍ଲା ପରିଷଦ ବୁଦ୍ଧଦେବ ମହାକୁଡ଼, ସାହାରପଡା ବ୍ଲକ ଅଧ୍ୟକ୍ଷ୍ୟ ରୀନା ନାଏକ, ବ୍ଲକ ଉପାଧ୍ୟକ୍ଷ୍ୟ ଛବିରାଣୀ ସେଠି, ଓଡିଶା କୁଡୁମି ସେନା ରାଜ୍ୟ ଉପ ସଭାପତି ମିତ୍ରଭାନୁ ମହାନ୍ତ,ବରିଷ୍ଟ ବିଜେଡି ନେତା ଦିଲ୍ଲୀପ କୁମାର ସାହୁ ଏବଂ ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ନାରାୟଣ ପଣ୍ଡା ଉପସ୍ଥିତ ହୋଇଥିଲେ। ଅତିଥି ମାନଙ୍କ କହିବା ଅନୁଯାଇ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡକୁ ବୁଲା ବୁଲି କରିବା କୁ ଆସୁଥିବା ପର୍ଯ୍ୟଟକ ଏବଂ ଅଞ୍ଚଳ ବାସି ମାନେ ଏହି ଉଚ୍ଚ କୋଟିର ରେଷ୍ଟୁରାଣ୍ଟ ରେ ପ୍ରାୟ ୫୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପାଇବା ସହିତ ଶୀତତାପ ନିୟନ୍ତ୍ରିତର ମଜା ନେଇ ପାରିବେ ଗ୍ରାହକ ମାନେ ବୋଲି ପ୍ରକାଶ କରିଛନ୍ତି I ତେବେ ଏହି ଆକର୍ଷଣୀୟ ବଞ୍ଜାରା ରେଷ୍ଟୁ ରାଣ୍ଟ ଟି ଠାକୁରମୁଣ୍ଡା କଲେଜ୍ ରୋଡ଼୍ ର ବ୍ୟାଙ୍କ ଅଫ୍ ଇଣ୍ଡିଆ ନିକଟରେ ରହିଛି I

Leave A Reply