Odisha news

ଗୋଷ୍ଠୀ ଜଙ୍ଗଲ ସମ୍ପଦ ପରିଚାଳନା ଓ ଯୋଜନା ପ୍ରସ୍ତୁତି ତାଲିମ

0
ଠାକୁରମୁଣ୍ଡା  : ଜଙ୍ଗଲ ଅଧିକାର ଆଇନ 2006 ଧାରା 4(1)f ଓ ସଂଶୋଧିତ ନିୟମାବଳୀ 2012 ଅନୁଯାୟୀ ଗୋଷ୍ଟୀ ଜଙ୍ଗଲ ଅଧିକାର ପାଇଥିବା ଗ୍ରାମବାସୀଙ୍କୁ ତାଲିମର ଆବଶ୍ୟକତା ଅନୁଯାୟୀ 16 ତାରିଖରେ ଆର ସି ଡ଼ି ସି ଅନୁଷ୍ଠାନ ଦ୍ଵାରା ଠାକୁରମୁଣ୍ଡା ବ୍ଲକ ବଉଳା ଗ୍ରାମ ଠାରେ ତାଲିମ ଅନୁଷ୍ଠିତ ହୋଇଯାଇଛି l ଆରମ୍ଭରେ କାର୍ଯକ୍ରମ ଅଧିକାରୀ ତାଲିମ୍ରର ଉଦ୍ଦେଶ୍ୟ ଓ ଏହାର ଆବଶ୍ୟକତା ଉପରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ l ବନରକ୍ଷୀ ଗଦାଧର ମହାନ୍ତ ଜଙ୍ଗଲ ସମ୍ପଦ ସୁରକ୍ଷା ଓ ପରିଚାଳନାରେ ଗ୍ରାମ ବାସୀ କେଉଁ ପରିସ୍ଥିତି ରେ କଣ କରିବା, କଣ ନ କରିବା ଚିତ୍ର ମାଧ୍ୟମରେ ତାଲିମ ଦେଇଥିଲେ l
ସ୍ଥାନୀୟ ପଞ୍ଚାୟତ ସମିତି ସଦସ୍ୟ ବାମିଆ ପୂର୍ତ୍ତି ଲୋକଙ୍କ ଭାଗିଦାରୀକୁ ଉପସ୍ଥାପନ କରିବା ସହ ତାଙ୍କ ଗ୍ରାମ ବଉଳା ସମେତ ଝରଝରୀ ଜାମବଣୀ ଓ ଅସୁରଖାଲ ନିକଟରେ ରାଜସ୍ବ ଗ୍ରାମର ଅନୁମୋଦନ ଲାଭ କରି ଥିବାରୁ ରାଜ୍ୟ ସରକାର ଓ ଆର ସି ଡ଼ି ସି ସ୍ବେଚ୍ଛାସେବୀ ଅନୁଷ୍ଠାନର ଆନନ୍ଦ ସେଠୀଙ୍କୁ ବିଶେଷ ଧନ୍ୟବାଦ୍ ଅର୍ପଣ କରିଥିଲେ l ସ୍ବେଚ୍ଛାସେବୀ ବୁଦ୍ଧିରାମ ପୂର୍ତ୍ତି କାର୍ଯକ୍ରମ ପରିଚାଳନା କରିବା ସହ ଜଙ୍ଗଲ ନିଆଁକୁ ଆୟତ୍ତ କୌଶଳ ଦର୍ଶାଇଥିଲେ l ଶେଷରେ ସେଚ୍ଛାସେବୀ ନିତୀମା ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ
Govt
Leave A Reply