ଠାକୁରମୁଣ୍ଡା-୩୧/୧ : ଠାକୁରମୁଣ୍ଡା ବ୍ଲକ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଠାକୁରମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ପ୍ରମୋଦ ଦାସ ଙ୍କ ସଭାପତିତ୍ବ ରେ ମୂଖ୍ଯ ଅତିଥ ଭାବେ ଓଡିଶାର ଉଠା ଜଳସେଚନ ନିଗମର ପୂର୍ବତନ ଅଧ୍ୟକ୍ଷ ରାଜନ ସାହୁ ,ପ୍ରଦେଶ କଂଗ୍ରେସ ସଭ୍ଯ ଭୂବନ ସାହୁ, ତରାମରା ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ,ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର କୁମାର ତ୍ରିପାଠୀ, ବରିଷ୍ଠ କଂଗ୍ରେସ ନେତା ତରୁଣ କୁମାର ସାହୁ ପ୍ରମୁଖ ଯୋଗଦେଇ ” ହାତକୁ ହାତ ଯୋଡ” କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ଆଲୋଚନା ହୋଇ ଥିଲା। ଠାକୁରମୁଣ୍ଡା ବ୍ଳକ ରେ ପ୍ରତ୍ୟେକ ଗ୍ରାମ ଓ ବୁଥ କୁ ଯାଇ ଏହି କାର୍ଯ୍ୟକ୍ରମ କୁ ଲୋକ ଙ୍କ ପାଖରେ ଆଲୋଚନା ପାଇଁ ବିଭିନ୍ନ ପଞ୍ଚାୟତ ର ଆସିଥିବା କର୍ମୀ ଙ୍କୁ ସ୍ଥିର ହୋଇଥିଲା ।ଜନାର୍ଦ୍ଦନ ହୋ ଧନ୍ୟବାଦ ଅର୍ପଣ କରିଥିଲେ।।