ଠାକୁରମୁଣ୍ଡା -31/1 : ଠାକୁରମୁଣ୍ଡା ମା ବାସୁଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣର ଉଦଯାପନୀ ଉତ୍ସବ 31 ତାରିଖରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡ଼. ଉପେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସଭାରେ ଅଧ୍ୟାପକ ଲଲାଟେନ୍ଦୁ ମହାନ୍ତ, ବିରଞ୍ଚି ନାରାୟଣ ମହାନ୍ତ, ଜଳଧର ମହାନ୍ତ, କ୍ରୀଡା ଶିକ୍ଷକ କାନ୍ଦୁରୁ ପାତ୍ର ଓ ତୁଳସୀରାମ ମହାନ୍ତ ପ୍ରମୁଖ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ବାଳିକା ମାନଙ୍କ ପାଇଁ କେତେ ଉପଯୋଗୀ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ପ୍ରଶିକ୍ଷକ ଭାବେ ରଶ୍ମିତା ପାତ୍ର ଓ ସବିତା ପାତ୍ର ଦୁଇଟି ପର୍ଯାୟରେ ଜାନୁଆରୀ 9 ଓ 19 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ସମୁଦାୟ 209 ଜଣ ଛାତ୍ରୀ ତାଲିମ ଗ୍ରହଣ କରିଥିଲେ l କାନ୍ଦୁରୁ ପାତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଉଦଯାପନୀ ଉତ୍ସବ ଶେଷରେ ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l କାନ୍ଦୁରୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l