Odisha news

ବିବାହ ବେଦୀରୁ ବରକୁ ଉଠାଇ ନେଲା ଠାକୁରମୁଣ୍ଡା ପୋଲିସ।

0
ଠାକୁରମୁଣ୍ଡା  : ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ରାଇରଙ୍ଗପୁର ସ‌ହରରେ। ସେପଟେ କରୋନା କଟକଣା ପାଇଁ ନିରାଡ଼ମ୍ବର ଭାବରେ ରାଇରଙ୍ଗପୁର ଟାଉନ ସ୍ଥିତ ଚୌବେ ଧର୍ମଶାଳାରେ ଚାଲିଥିଲା ବିବାହ।  ମହୁରୀ ସମାଜର ରୀତିନୀତି ଓ   ପରମ୍ପରା ଅନୁସାରେ ଚାଲିଥିଲା ବାହାଘର। ବାହାଘର ସରିଯିବାର କ୍ଷଣିକ ପୂର୍ବରୁ ବରକୁ ରାଇରଙ୍ଗପୁର ଟାଉନ ଥାନା ପୋଲିସର ସହାୟତାରେ ଉଠାଇ ନେଇଥିଲା ଠାକୁରମୁଣ୍ଡା ଥାନା ପୋଲିସ ।
ଏ ନେଇ ଉଭୟ ବର ଓ କନ୍ୟା ପରିବାର ହଟହଟା ହୋଇଥିଲେ। ସୂଚନାଅନୁଯାୟୀ ପ୍ରଥମ ସ୍ତ୍ରୀ ମଲ୍ଲିକା ହେମ୍ରମ ତାଙ୍କ ସ୍ବାମୀ ଦ୍ଵିତୀୟ ବିବାହ କରିବାକୁ ଯାଉଥିବା ନେଇ ଠାକୁରମୁଣ୍ଡା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ଠାକୁରମୁଣ୍ଡା ପୋଲିସ ରାଇରଙ୍ଗପୁରକୁ ଆସି ବିବାହ ଚାଲିଥିବା ଚୌବେ ଧର୍ମଶାଳାରେ ଚଢ଼ାଉ କରିଥିଲା ଓ ବିବାହ ବେଦୀରୁ ଉଠାଇନେଇଥିଲା ବରକୁ । ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କରୁଥିବା ଯୁବକ ଜଣକ ହେଲେ ଠାକୁରମୁଣ୍ଡା ବସନ୍ତପୁର ଅଞ୍ଚଳର ଜିତେନ୍ଦ୍ର ରାମ ବୋଲି ଜଣାପଡିଛି। ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ସହାୟତାରେ ଠାକୁରମୁଣ୍ଡା ପୋଲିସ ଅଭିଯୁକ୍ତ ଜିତେନ୍ଦ୍ର ରାମ କୁ ଠାକୁରମୁଣ୍ଡା ଥାନା ନେଇ ଯାଇଥିବା ସୂଚନା ମିଳିଛି।
IEC 2 years
Leave A Reply