Odisha news

ଠାକୁରମୁଣ୍ଡା ବ୍ଲକ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ବ୍ୟବହାର କରିବା ନେଇ ଉତ୍ତେଜନା

0
ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ବ୍ୟବହାର କରିବା ନେଇ ଉତ୍ତେଜନା ପ୍ରକାଶ ପାଇଛି l ସମ୍ପୃକ୍ତ ଠକ ଚିକିତ୍ସକଙ୍କୁ ମହୁଲଡିହା ଥାନାରେ ଅଟକ ରଖାଯାଇ ଅଣ୍ଡରଟେକିଙ୍ଗ ପରେ ଛଡାଯାଇଛି l
ସମ୍ପୃକ୍ତ ଚିକିତ୍ସକ ଡାକ୍ତରୀ କିମ୍ବା ଫାର୍ମାସିଷ୍ଟ କରିନାହାନ୍ତି । ତାଙ୍କର ପ୍ରାକ୍ଟିସ ଅଛି ବୋଲି ସେ ଦାବି କରୁଛନ୍ତି l
ଘଟଣାରୁ ପ୍ରକାଶଯେ, ମହୁଲଡିହା ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କର ଅଣ୍ଟା ବଥା ଥିଲା । ଠକ ଚିକିତ୍ସକ କାହାର ଅଣ୍ଟା ବଥା ଆଉ କଣ ସମସ୍ୟା ଅଛି ବୋଲି ପଚାରି ଠାକୁରମୁଣ୍ଡା ଡାକ୍ତରଖାନାରୁ ଆସିଥିବା କହିଥିଲେ l ଶ୍ରୀକାନ୍ତଙ୍କ ପତ୍ନୀ ତାଙ୍କୁ ଘରକୁ ଡ଼ାକିନେଇଥିଲେ l ଠକ ଚିକିତ୍ସକ ବିଶ୍ୱନାଥ ବେହେରା ଶ୍ରୀକାନ୍ତଙ୍କ ଶରୀର ଚେକ କରି ୩ ଟି ଇଞ୍ଜେକ୍ସନ ଦେଇଥିଲେ l ଟଙ୍କା ମାଗିବାରୁ ପୁଅକୁ ଡକେଇଲେ l ପୁଅ ଆସି ଦେଖନ୍ତିତ ଇଞ୍ଜେକ୍ସନ ପଶୁଙ୍କ ପାଇଁ ଉଦ୍ଦିଷ୍ଟ l
ସଙ୍ଗେ ସଙ୍ଗେ ପୂର୍ବତନ ସମିତି ସଭ୍ୟଙ୍କୁ ଡାକି ଥାନାକୁ ନେଇଥିଲେ l ଥାନାରେ ଏକ ଅଣ୍ଡରଟେକିଙ୍ଗ ଲେଖାଇ ଛଡା ଯାଇଥିବା ଜଣାପଡିଛି l ବିଶ୍ୱନାଥ ବେହେରାଙ୍କ ଘର ଆନନ୍ଦପୁର କଣ୍ଟିପାଳ ଗ୍ରାମରେ l ସେ ଶ୍ରୀକାନ୍ତଙ୍କୁ ମେଲୋକ୍ସିକାମ ( MELOXICAM) ଇଞ୍ଜେକ୍ସନ ଦେଇଥିବା ଏବଂ ଖୋଳରେ ମଣିଷଙ୍କ ପାଇଁ ନୁହେଁ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଲେଖାଥିବା ଦେଖିବାକୁ ମିଳିଛି  l ତେବେ ଠାକୁରମୁଣ୍ଡା ଅଞ୍ଚଳରେ  କ୍ଵାକ ମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି l ଗାଁ ଗହଳିରେ ଚିକିତ୍ସା ବ୍ୟବସ୍ଥା କ୍ଵାକ ମାନଙ୍କ ଦ୍ୱାରା କବଳିତ ବୋଲି ଖବର ମିଳୁଛି l
Leave A Reply