Odisha news

ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଏବଂମହିଳା ଫୋରେଷ୍ଟ ଗାର୍ଡ ମାଡ଼ରେ ଫୋରେଷ୍ଟର ଗୁରୁତର,ଉଭୟ ପକ୍ଷ ପକ୍ଷରୁ ଥାନାରେ ମାମଲା

0
ଠାକୁରମୁଣ୍ଡା  :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ଓ  ମହିଳା ଫୋରେଷ୍ଟ ଗାର୍ଡ କବିତା ବେହେରାଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି କେଶଡିହା ଫୋରେଷ୍ଟର। ଗୁରୁତର ଅବସ୍ଥାରେ ଠାକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି ହୋଈ ଚିକିତ୍ସିତ ହେଉଛନ୍ତି।ଗତକାଲି ସନ୍ଧ୍ୟା ସମୟରେ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଘଟିଛି ଏପରି ଅଭାବନୀୟ ଘଟଣା । ମାଡ଼ ମାରିଥିବା ମହିଳା ଫୋରେଷ୍ଟ ଗାର୍ଡ କବିତା ବେହେରା ମଦ୍ୟପାନ କରି  ଅସଦାଚରଣ ଉଦ୍ୟମ କରିଥିବାନେଇ  ଫୋରେଷ୍ଟରଙ୍କ ବିରୋଧରେ  ଠାକୁରମୁଣ୍ଡା ଥାନାରେ ଏତଲା ଦେଇଛନ୍ତି।ଅପରପକ୍ଷରେ ତାଙ୍କୁ ମାଡ ମାରିଥିବା ନେଇ ଫୋରେଷ୍ଟର ଗୁରବାର ସଂପୂର୍କ୍ତ ରେଞ୍ଜ ଅଧିକାରୀ ଓ ମହିଳା  ଫୋରେଷ୍ଟଗାର୍ଡ ଙ୍କ ବିରୁଦ୍ଧରେ  ଥାନାରେ ଅଭିଯୋଗ କରିଛନ୍ତି।ଏଥି ସହିତ ଫୋରେଷ୍ଟର  ବନବିଭାଗକର୍ମଚାରୀ ସଙ୍ଘର  ଆଶ୍ରୟ ନେଇଛନ୍ତି।
    ପ୍ରକାଶ ଯେ,ଜାନୁଆରୀ ୨୬ ସେଲିବ୍ରେସନ ପାଇଁ ରେଞ୍ଜକାର୍ଯ୍ୟାଳୟରେ ଏକ ଭୋଜିର ଆସର ଜମିଥିବା ବେଳେ ଫୋରେଷ୍ଟର ଭାସ୍କରଚନ୍ଦ୍ର ଘଣା  ଫୋରେଷ୍ଟଗାର୍ଡ କବିତା ବେହେରାଙ୍କୁ ଦିନ ୧୨.୩୦ମିନିଟ ସମୟରେ ଅଶାଳୀନ କରିଥିବା ନେଇ ମହିଳା ଫୋରେଷ୍ଟ ଗାର୍ଡ ଅଭିଯୋଗ କରିଛନ୍ତି ।ଅନ୍ୟପଟେ ସନ୍ଧ୍ୟା ୪ ଘଟିକା ସମୟରେ ଏଇ ଘଟଣା କୁ କେନ୍ଦ୍ରକରି ରେଞ୍ଜର କିଶୋର କୁମାର ପାଣିଗ୍ରାହୀ ଏବଂ ଫୋରେଷ୍ଟଗାର୍ଡ କବିତା ବେହେରା  ଫୋରେଷ୍ଟରଙ୍କୁ ଅଫିସ କୁ ଡାକି ଠେଙ୍ଗାରେ ନିସ୍ତୁକପିଟି ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି। ଆହତ ଫୋରେଷ୍ଟର  ଠାକୁରମୁଣ୍ଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
ତେବେ ଏଇ ଘଟଣା କୁ ଠାକୁରମୁଣ୍ଡା  ରେଞ୍ଜର କିଶୋର କୁମାର ପାଣିଗ୍ରାହୀ  ଖଣ୍ଡନ କରୁଥିବା ବେଳେ ମହିଳା ଫୋରେଷ୍ଟଗାର୍ଡ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଓଲଟି ଫୋରେଷ୍ଟର ଭାସ୍କରଚନ୍ଦ୍ର ଘଣାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଥାନାରେ ଏତେଲା ଦେଇଛନ୍ତି ।ତେବେ  ଘଟଣା ଏବେ ରହସ୍ୟ ଭିତରେ ରହିଥିବା ବେଳେ ଘଟଣାର ପ୍ରକୃତ କାରଣ ଜଣା ପଡିନି ।ସେପଟେ ଗୁରୁତର ଆହତ ହଇ ଚିକିତ୍ସିତ ହେଉଥିବା ଫୋରେଷ୍ଟର ଭାସ୍କରଚନ୍ଦ୍ର ଘଣା କୁହନ୍ତି ଯେ ଗତକାଲି ସନ୍ଧ୍ୟାରେ କବିତା ବେହେରା ଏବଂ ରେଞ୍ଜର ରେଞ୍ଜଅଫିସରେ ଅସଂଯତ ଅବସ୍ତାରେ ଥିବାର ଦେଖିଦେବାରୁ ତାଙ୍କୁ ନିସ୍ତୁକ ବାଡେଇ ଥିଲେ ,ସେହିପରି ତାଙ୍କ ଅଞ୍ଚଳରେ ଚାଲିଥିବା ଯାଇକା ପ୍ରୋଜେକ୍ଟ ର କମିଶନ ବାବଦକୁ  ୪୦ହଜାର ଟଙ୍କା ପ୍ରଦାନ ନ କରିଥିବାରୁ ରାଗ ରଖି ପିଟି ଥିବା କଥା ପ୍ରକାଶ କରିଛନ୍ତି । ସେହିପରି ଫୋରେଷ୍ଟଗାର୍ଡ  କବିତା ବେହେରା ପୂର୍ବରୁ ଦୁଧିଆଣି ରେଞ୍ଜରେ  ଥିବାବେଳେ ଜଣେ ଗର୍ଭବତୀ ମହିଳାଙ୍କୁ ପିଟି ନିଲମ୍ବିତ ହଇଥିଲେ । ତେବେ ଆଜି ତାଙ୍କ ବିରୁଦ୍ଧରେ ଏପରି ଅଭିଯୋଗ ଆସିଛି।
Leave A Reply