Odisha news

ରାମଚନ୍ଦ୍ରପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ରେଲୱେ ଖୋର୍ଦ୍ଧା କୁ ହରାଇ ଭୁବନେଶ୍ୱର ଚମ୍ପିୟାନ

0
ଆନନ୍ଦପୁର ସବ୍ୟୁ ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ସ୍ଥିତ  ବାବା ରାମେଶ୍ୱର ଷ୍ଟାଡିଅମ ଠାରେ ପ୍ରଥମ ବାର୍ଷିକ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର  ଆୟୋଜନ କରାଯାଇଛି। ରାମେଶ୍ୱର ଆଞ୍ଚଳିକ ଯୁବକ ସଂଘ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ   , ସମ୍ମାନୀତ ଅତିଥି ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଏଆଇଜି ମେଡିକାଲ ହାଇଦ୍ରାବାଦ ର ଡକ୍ଟର ସନ୍ତୋଷ ସାହୁ ଓ ନିଳାନ୍ଦ୍ରି ସାମଲ, ବିଜେଡ଼ି ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଯୁବ ନେତା ଦେବପ୍ରିୟ ପାତ୍ର,କେନ୍ଦୁଝର ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ପାତ୍ର,  ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଘଷିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ,  ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ, ସମାଜସେବୀ ମଦନମୋହନ ସାହୁ, ଘଷିପୁରା ବ୍ଲକ ବିଜେଡି ଯୁବ ସଭାପତି ଦେବଦତ୍ତ ନାୟକ, ତରୁଆ ପଞ୍ଚାୟତ ସରପଞ୍ଚ ବଳରାମ ବେହେରା, ଗଡବାନ୍ଧଗୋଡା ପୂର୍ବତନ ସରପଞ୍ଚ ସୁଶାନ୍ତ ବିଶ୍ଵାଳ,  ସୂର୍ଯ୍ୟ ନାରାୟଣ କର ଙ୍କସହ ସ୍ୱତନ୍ତ୍ର ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ବାବୁସାନ୍ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର  ଯୋଗଦେଇ  ଚମ୍ପିୟାନ ଦଳକୁ ଟ୍ରଫି ସହିତ୬୦ହଜାର ଟଙ୍କା ଓ ରନର୍ସଅପ କୁ ଟ୍ରଫି ସହ  ୪୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚ ରେ ପ୍ରଥମେ
ରେଲୱେ ଖୋର୍ଦ୍ଧା ନିର୍ଧାରିତ   ୨୦ ଓଭର ରେ ୭ ୱିକେଟ ହରାଇ   ୧୩୭ ରନ୍ ସଂଗ୍ରହ କରି ଥିଲା ବେଳେ  ସାଇ ଏକାଦଶ ଭୁବନେଶ୍ୱର ୧୯.୪ ଓଭର ରେ  ୧୩୯ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ।  ମ୍ୟାନ ଅଫ୍ ଦ ମ୍ୟାଚ ମନୋଜ ବାରିକ ଓ ମ୍ୟାନ ଅଫ୍ ଦ ସିରିଜ କାର୍ତ୍ତିକ ବିଶ୍ଵାଳ ହୋଇଥିଲେ। ଖଗେଶ୍ବର ମଲ୍ଲିକ,ବିଜୟ କୁମାର ଜେନା ଓ ରମେଶ ମହାରଣା  ଖେଳ ପରିଚାଳନା କରିଥିଲେ। ସ୍କୋରର  ସୁଶୀଲ କୁମାର ସୁନ୍ଦରରାଏ ଓ ଧାରା ବିବରଣୀ ଏସ୍ ବି ସିମରନ୍, ବିପିନ୍ ଜେନା ଓ ତପନ ନାୟକ ପ୍ରଦାନ କରିଥିଲେ।  ଏହି ଖେଳ କୁ ଆଞ୍ଚଳିକ ଯୁବକ ସଂଘ ର ସଭାପତି ପ୍ରଦିପ କୁମାର ସାହୁ, ଜୟକୃଷ୍ଣ ବଳ,ରବିନ୍ଦ୍ର ସ୍ବାଇଁ, ଅଚ୍ୟୁତାନନ୍ଦ ଜେନା, ପ୍ରଦିପ ସ୍ୱାଇଁ,ବିଜୟ ସାହୁ, ଅକ୍ଷୟ ରାଉତ, କଳ୍ପତରୁ ନାଥ, ଅଭିଜିତ ଜେନା, ହେମନ୍ତ ଜେନା ଙ୍କସହ ସମସ୍ତ ସଦସ୍ୟ ଖେଳ ପରିଚାଳନା ରେ ସହଯୋଗ କରିଥିଲେ
Govt
Leave A Reply