ଠାକୁରମୁଣ୍ଡା,୨୯।୧୨ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଛେରାଟାଙ୍ଗର ଗ୍ରାମ ନିକଟ ନାଳ କୂଳ ରୁ ମଙ୍ଗଳବାର ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି ଠାକୁରମୁଣ୍ଡା ଥାନା ପୋଲିସ।ମୃତ ମହିଳା ଜଣ ଛେରାଟାଙ୍ଗର ଗ୍ରାମର ନନ୍ଦି ଜୁମୁଦା (୫୦) ବୋଲି ଜଣା ପଡ଼ିଛି। ଶବ ଚିହ୍ନଟ ପରେ ପୋଲିସ ୧୯/୨୦୨୧ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି।ଅଧିକ ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ ଟିମ ନେଇ ତଦନ୍ତ କରିଛି।ମୃତ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି।ଘଟଣା ରୁ ପ୍ରକାଶ ଯେ ନନ୍ଦି ଜୁମୁଦା ଗତ ସୋମବାର ଦିନ କେନ୍ଦୁଜିଆଣି ସାପ୍ତାହିକ ହାଟକୁ ଆସି ସନ୍ଧ୍ୟାରେ ଘରକୁ ଫେରି ନଥିଲେ।ମଙ୍ଗଳବାର ଦିନ କିଛି ଲୋକ ନାଳ କୂଳରେ ଏକ ଶବ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ତାଙ୍କ ପରିବାର କୁ ଖବର ଦେବା ବ ପରେ ପରିବାର ଲୋକେ ଶବକୁ ଚିଂହ୍ନଟ କରି ପୋଲିସ କୁ ଖବର ଦେଇଥିଲେ । ମୃତକଙ୍କ ଭାଇ ବୁଧୁରାମ ବିରୁଆ ଠାକୁରମୁଣ୍ଡା ଥାନାରେ ଲିଖିତ ଭାବରେ ଜଣାଇବା ପରେ ପୋଲିସ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରୁଛି।।