ଠାକୁରମୁଣ୍ଡା -1/3 : ନାବାର୍ଡ ସହାୟତାରେ ଠାକୁରମୁଣ୍ଡା ବ୍ଲକର ଅଖାପଲାଣ ଗ୍ରାମରେ ଜୀବନ ଜୀବିକା ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଗତ 28 ତାରିଖରେ ଉଦଘାଟିତ ହୋଇଯାଇଛି l ନାବାର୍ଡ ଅଧିକାରୀ ସ୍ମୃତିରଞ୍ଜନ ପଟ୍ଟନାୟକ, ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ, ଉଦ୍ୟାନ ବିଭାଗ ସହକାରୀ ନିର୍ଦେଶକ ରାଧାଶ୍ୟାମ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ରୁରାଲ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ ଆନୁକୂଲ୍ୟରେ 3 ଟି ବ୍ୟାଚରେ 90 ଜଣକୁ ପଣସରୁ ବିଭିନ୍ନ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବସାୟ ତାଲିମ ପ୍ରଦାନ କରି ମହିଳା ମାନେ କିପରି ସବୁଦିନିଆ ରୋଜଗାରକ୍ଷମ ହୋଇପାରିବେ ତାହା ମୁଖ୍ୟ ଉଦେଶ୍ୟ ବୋଲି ସମ୍ପାଦକ ଉଦଘାଟନ ସଭା ଅବସରରେ ପ୍ରକାଶ କରିଥିଲେ l ଉଦଘାଟକ ଭାବେ ଠାକୁରମୁଣ୍ଡା ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ ଯୋଗ ଦେଇ ଠାକୁରମୁଣ୍ଡା ଅଞ୍ଚଳରେ ପଣସ ଉତ୍ପାଦନ ପ୍ରଚୁର ହେଉଥିବାରୁ ଏବଂ ଏହାର ପ୍ରକ୍ରିୟା କରଣ ପାଇଁ ନାବାର୍ଡ ଉଚିତ ପଦକ୍ଷେପ ନେଇଥିବାରୁ ସେ ଏହି ନିଷ୍ପତ୍ତିର ଉଚ୍ଚ ପ୍ରଶଂସା କରିଥିଲେ l ଏଭଳି ଉଦ୍ୟମ ମହିଳାଙ୍କୁ ସଂଗଠିତ କରିବା ସହିତ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ l
ସମ୍ମାନିତ ଅତିଥିଭାବେ ଉଦ୍ୟାନ ବିଭାଗ ସହକାରୀ ନିର୍ଦେଶକ ରାଧାଶ୍ୟାମ ବେହେରା ଯୋଗ ଦେଇ ମହିଳା ମାନେ ଆତ୍ମ ନିର୍ଭର ହେବା ପାଇଁ ପଣସ ଭଳି ଅନ୍ୟାନ୍ୟ ଲଘୁ ବନଜାତ ଦ୍ରବ୍ୟ ତଥା ବ୍ୟବସାୟିକ କୃଷି କରିବାକୁ ପଡିବ ବୋଲି କହିଥିଲେ l ସରକାର ବିଭିନ୍ନ କ୍ଷେତ୍ରରେ ସବସିଡ଼ି ସହାୟତା ଦେଉଥିବା ସେ ଉଦାହରଣ ମାଧ୍ୟମରେ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ l ମୁଖ୍ୟ ଅତିଥିଭାବେ ନାବାର୍ଡ ଏଜିଏମ ସ୍ମୃତିରଞ୍ଜନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ l ମହିଳା ମାନେ ଦୃଢ଼ ଇଚ୍ଛାଶକ୍ତି ନେଇ କାମ କଲେ ସଫଳ ହେବା ସହିତ ରୋଜଗାର ବୃଦ୍ଧି ସାଙ୍ଗକୁ ଆଗାମୀ ଦିନରେ କମ୍ପାନୀ ପ୍ରତିଷ୍ଠା କରିପାରିବେ ବୋଲି ମତ ରଖିଥିଲେ l ଚିରାଚରିତ କାମ ବଦଳରେ କିଛି ନୂଆ କଲେ ପରିବର୍ତ୍ତନ ଓ ବିକାଶ ଘଟେ ବୋଲି ସେ କହିଥିଲେ l ତାଲିମ ଦାତା ଭାବେ ଓଁକାର ରାମ ଏବଂ ସୁକାନ୍ତ କୁମାର ସାହୁ ଯୋଗ ଦେଇ ମହିଳା ମାନଙ୍କୁ ପଣସର ପ୍ରକ୍ରିୟାକରଣ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ l ପ୍ରତି ବ୍ୟାଚରେ 10 ଦିନ ଲେଖାଏଁ 30 ଜଣ ମହିଳାଙ୍କୁ ତାଲିମ ଦିଆଯିବ l ଶେଷରେ ଆରଆରଡିଓ କାର୍ଯ୍ୟନିର୍ବାହୀ ନିର୍ଦେଶକ ମନୋଜ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ସଂଯୋଜିକା ନମିତା ରାଉତ, ପଦ୍ମିନୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ l
The small percentage of men develop one to two hours with tadalafil. cialis pills It became apparent that june had always been the tendency to worry and be ready to live together after only 8 months, during this interview.