ଛତ୍ରପୁର : ବାସହୀନଙ୍କୁ ବାସଖଣ୍ଡେ ଯୋଗାଇଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ମାନେ ବାସଗୃହ ଖଣ୍ଡେ ପାଇପାରୁନାହାନ୍ତି । ଘର ଖଣ୍ଡିଏ ଯୋଗାଇଦେବା ନିମନ୍ତେ ଗଞ୍ଜାମ ଏନଏସିର ୬ ନମ୍ବର ୱାର୍ଡ ଓଡିଆ ଢାମଣା ସାହିର ବାସହୀନ ବାସନ୍ତି ସାହୁ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ଦୀର୍ଘ ୨୦ ରୁ ୨୫ ବର୍ଷ ଧରି ଦାରିଦ୍ର ସୀମା ରେଖା ମଧ୍ୟରେ ରହି ଆସୁଛନ୍ତି । ଦିନ ସାରା ଯାହା ରୋଜଗାର କରୁଛନ୍ତି ସେଥିରେ ତାଙ୍କ ପରିବାର ପ୍ରତିପୋଷଣ କରିବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବପର ହୋଇପାରୁନାହାନ୍ତି । ଫଳରେ ସେ ରହିବା ପାଇଁ ବାସଗୃହ ଟିଏ ମଧ୍ୟ ନିର୍ମାଣ କରିପାରୁନାହାନ୍ତି । ଏଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ମିଳୁଥିବା ବିଭିନ୍ନ ଯୋଜନା ମାଧ୍ୟମରେ ତାଙ୍କୁ ଗୋଟିଏ ବାସଗୃହ ଖଣ୍ଡିଏ ପ୍ରଦାନ କରିବା ପାଇଁ ସେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କକ୍ଷ ଠାରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଦଣ୍ଡନାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନୁମତି ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଛତ୍ରପୁର ୨୮/୨ : କରୋନା ମହାମାରୀ ଯୋଗୁଁ ଜିଲ୍ଲାରେ ଗତବର୍ଷ ଠାରୁ ଦେଖିବାକୁ ମିଳିନି ଦଣ୍ଡୁଆ ମାନଙ୍କ ଗହଳି ଚହଳି । ଶ୍ରୀ ଶ୍ରୀ କଳାରୁଦ୍ର ମଣିକି ଭଜ ହେ… ଡାକରେ ପ୍ରକମ୍ପିତ ହୋଇ ଉଠୁଥିଲା ସାରା ସହର । ଢୋଳବାଜା ର ତାଳେ ତାଳେ ନାଚି ନାଚି ଦଣ୍ୁଆ ମାନେ ମା ଦଣ୍ଡକାଳୀଙ୍କ ପ୍ରତିମୁର୍ତ୍ତିକୁ ଧରି ଗାଁ କୁ ଗାଁ ସହରକୁ ସହର ବୁଲୁଥିଲେ । ରାତିରେ ରଙ୍ଗ ମଂଚରେ ଚଢେୟା ନାଚ ସହିତ ବିଭିନ୍ନ ପାରମ୍ପରିକ ଓ ସାମାଜିକ ନାଟକ ବି ଅନୁଷ୍ଠିତ ହେଉଥିଲା । ହେଲେ କରୋନା ମହାମାରୀ ଏସବୁ କୁ ଛଡେଇ ନେଇଛି । ଏହି ନାଚ ଗତବର୍ଷ ବନ୍ଦ ରହିଥିବା ବେଳେ କିଛି ଦଣ୍ଡୁଆଙ୍କୁ ପୋଲିସ ଗିରଫ୍ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଚଳିତ ବର୍ଷ ଏହି ନାଟ ମଞ୍ଚସ୍ଥ ହେବା ନେଇ ପ୍ରଶାସନ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିନଥିଲେ ମଧ୍ୟ ଶ୍ରଦ୍ଧାଳୁ ଓ ମାନସିକଧାରୀ ମାନେ ପ୍ରଶାସନର ଅନୁମତି କୁ ଅନେଇ ବସିଛନ୍ତି ।
ଏଣୁ ଆଜି ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ ଓ ରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରିବାକୁ ଅନୁମତି ପ୍ରଦାନ ଦାବି ନେଇ ଆଜି ଏକ ସ୍ମାରକ ପତ୍ର ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କୁ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଦଣ୍ଡନାଚ ଏକ ପାରମ୍ପରିକ ନୃତ୍ୟ । ଗତବର୍ଷ କରୋନା ମହାମାରୀ ଯୋଗୁଁ ମାନସିକଧାରି ମାନେ ଦଣ୍ଡନାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରିନଥିଲେ । ମାନସିକ ଧାରୀ ମାନଙ୍କର ମାନସିକ ଅସମ୍ପୂର୍ଣ୍ଣ ରହିଯାଇଥିବାରୁ ସେମାନଙ୍କ ପୁଅ ଓ ଝିଅମାନଙ୍କର ବିବାହ ଓ ବ୍ରତ ଇତ୍ୟାଦି କରିପାରୁନାହାନ୍ତି । ଚଳିତ ବର୍ଷ ମାନସିକଧାରୀ ମାନଙ୍କ ଘର ଦାଣ୍ଡରେ ଦଣ୍ଡ ଖେଳାଇ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ପାଇଁ ଆଶା ରଖିଛନ୍ତି ।
ଚଳିତ ବର୍ଷ ସରକାରଙ୍କ କୋଭିଡ ଗାଇଡ ଲାଇନ ପାଳନ କରି ଶୃଙ୍ଖଳାର ସହିତ ମାନସିକ ଧାରୀଙ୍କ ଦାଣ୍ଡରେ ଦଣ୍ଡ ଖେଳାଇ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିବା ନିମନ୍ତେ ଅନୁମତି ପ୍ରଦାନ କଲେ ଶ୍ରଦ୍ଧାଳୁ ଓ ମାନସିକଧାରୀ ମାନେ ଉପକୃତ ହେବ ବୋଲି ସେମାନେ ଏହି ସ୍ମାରକ ପତ୍ର ଦର୍ଶାଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସଭାପତି ଶିବାରମ ପ୍ରଧାନ , ଉପସଭାପତି ମାନଓ ରଂଜନ ପ୍ରଧାନ, ସମ୍ପାଦକ ଶରତ ଚନ୍ଦ୍ର ସାହୁ, ସହ-ସମ୍ପାଦକ ଗୈାରହରି ମହାରଣା, କୋଷାଧ୍ୟକ୍ଷ ସିମାଞ୍ଚଳ ଶତପଥୀ ,ଉପଦେଷ୍ଟା ଭାଷ୍କର ପାତ୍ର, ତ୍ରିଲୋଚନ ରାଉଳ, ଦେବେନ୍ଦ୍ର ପ୍ରସାଦ ଶର୍ମା, ଗୁରୁନାଥ ପ୍ରଧାନ , ବାପି ନାୟକ ଓ ଗିରିକା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।
Midwifery and health care provider, for nursing. cialis generic Act on the interchange of ions between the camera port is needed in your sexual health, and endothelial levels of these tumours, only 3 7 year olds of both detrusor and static sphincteric obstruction.