Odisha news

ଗାଦବା କତରାରେ ବ୍ୟାପୁଛି ମିଳିମିଳା, 12 ରୁ ଉର୍ଦ୍ଧ ଆକ୍ରାନ୍ତ ଲୋକେ ଭୟ ଭିତ, ଚାଲିଛି ଝଡା ଫୁଙ୍କା, 2 ମାସ ବିତିଲାଣି

0

ତେନ୍ତୁଳିଖୁଣ୍ଟି:-  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ  ଗାଦବା କତରା ପଂଚାୟତ ସଦରମହକୁମାରେ ଗତ 2 ମାସ ହେଲା ମିଳି ମିଳା ବ୍ୟାପିବାରେ ଲାଗିଛି | ସାହି କୁ ସାହି ଆକ୍ରାନ୍ତ ହୋଇ  ବ୍ୟାପିବା ଥମିବାର ନା ନେଉ ନାହିଁ | ଗାଦବା ସାହି ଓ ଧୋବା ସାହି ଲୋକେ ଗୁଣିଆ ଡକାଇ ଝଡା ଫୁଙ୍କା ଚଳାଇଛନ୍ତି | ବର୍ତମାନ ଗ୍ରାମରେ 12 ଜଣ ଆକ୍ରାନ୍ତ ହୋଇରହିଛନ୍ତି | ପରିବାର ଲୋକେ ଦୈନିକ ସେମାନଙ୍କୁ ଝୁଣା ଦୀପ ଧୂପ ଦେଇ ଚିକିତ୍ସା ଚଳାଇଛନ୍ତି | ରୋଗକୁ ନେଇ ଗ୍ରାମରେ ଭୟର ବାତବରଣ ଖେଳିଯାଇଛି | ସୂଚନା ଅନୁଯାୟୀ ଗତ 2 ମାସ ତଳେ ଗାଦବା କତରା ଗ୍ରାମରେ ମିଳି ମିଳା ଆରମ୍ଭ ହୋଇଥିଲା | ଲୋକେ ଧ୍ୟାନ ନା ଦେବା ଯୋଗୁଁ ତାହା ଆସ୍ତେ ଆସ୍ତେ ଜଣ ଜଣକୁ  ମାଡିଚାଲିଛି | ଗ୍ରାମର ଗାଦବା ସାହିର ଦାମଦର ଗାଦବା, ବୈଦ୍ୟନାଥ ଗାଦବା, ଲଖମଣ ଗାଦବା, ଲିପକ ଗାଦବା, ଆକାଶ ଗାଦବା, ଗିରିଧର ଗାଦବା, ଗୌରୀ ଗାଦବା, କ୍ରିଷ୍ଣା ଗାଦବା, ଲେବ ଗାଦବା, ତୁଳସୀ ଗାଦବା, ଦୀନେଶ ନାୟକ ପ୍ରମୁଖ ବର୍ତମାନ ଆକ୍ରାନ୍ତ ହୋଇ ଘରୋଇ ଚିକିତ୍ସା କରି ବସିଛନ୍ତି | ରୋଗ ବ୍ୟାପୁଥିବାରୁ ଲୋକେ ଚିନ୍ତିତ ହୋଇପଡିଛନ୍ତି | ବ୍ୟାପିବାର କାରଣ ଜଣା ପଡ଼ିନାହିଁ | ଗୁରୁବାର ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ଆସି ଔଷଧ ଦେଇଥିବା ଲୋକେ କହିଛନ୍ତି | ତେବେ ଔଷଧ ଖାଇଲେ ମିଳି ମିଳା ଅଧିକ ହେବ ବୋଲି ଲୋକେ ଔଷଧ ସେବନ କରିବାକୁ ନାରାଜ ହେଉଛନ୍ତି | ପ୍ରଶାସନ ତରଫରୁ ଶୀଘ୍ର ପ୍ରତିକାର ଲାଗି ନିବେଦନ କରିଛନ୍ତି |

Leave A Reply