ତେଲକୋଇ-ଡିଏନଏ-୧୯/୧୧-କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ମୁଖ୍ୟାଳୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ରେ ଗୁରୁତର ଅବସ୍ଥା ସୃଷ୍ଟି ହୋଇଛି।ଜଣେ ଡାକ୍ତର ଙ୍କ ଦ୍ଵାରା ସ୍ୱାସ୍ଥ୍ୟସେବା ଯୋଗୁଁ ରୋଗୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।ଏହି ବ୍ଲକରେଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଏହି ମୁଖ୍ୟାଳୟ ଉପରେ ନିର୍ଭର କରିଥାନ୍ତି।ଦିନକୁ ୨ଶହରୁ ଉର୍ଦ୍ଧ୍ବ ରୋଗୀ ଆସିଥାନ୍ତି ଏହି ସ୍ବାସ୍ଥ୍ୟକେନ୍ଦ୍ର କୁ।ସେହିପରି ଦିନକୁ ୪/୫ଜଣ ଗର୍ଭବତୀ ମହିଳା ଆସୁଥିବା ବେଳେ ସବ ବ୍ୟବଚ୍ଛେଦ ପାଇଁ ମଧ୍ୟ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ଭର କରିଥାନ୍ତି।ଏହି ଅଞ୍ଚଳରେ କାଳିଆହତା, ରାଇସୁଆଁ, ସିରିଗିଡା, କୃଷ୍ଣପୁର ଠାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଥିଲେ ମଧ୍ୟ ଦୀର୍ଘ ଦିନରୁ ଉକ୍ତ କେନ୍ଦ୍ରରେ ଡାକ୍ତର ନଥିବା ଯୋଗୁଁ ଅଞ୍ଚଳ ବାସୀ ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି।ମୁଖ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୭ଜଣ ଡାକ୍ତର ନିଯୁକ୍ତି ଯୋଜନା ରହିଛି।ଏପରି ସ୍ଥଳେ ୩ଜଣ ଡାକ୍ତର ରହିଥିବା ବେଳେ ଜଣେ ଡାକ୍ତର ପି. ଜି କରିବା ପାଇଁ ଯାଇଥିବା ବେଳେ ଆଉଜଣେଡାକ୍ତର (ଇନ ଚାର୍ଜ)ଙ୍କ ହାତ ଭାଙ୍ଗି ଯାଇଥିବା ଯୋଗୁଁ ଚିକିତ୍ସା ପାଇଁ ଛୁଟିରେ ରହିଛନ୍ତି।ଏବେ ଜଣେ ଡାକ୍ତର ଥିବା ଯୋଗୁଁ ସମସ୍ୟା ସୃଷ୍ଟି ବୃଦ୍ଧି ପାଇଛି।ଡି. ଏମ. ଏଫ(ଖଣିଜ ପାଣ୍ଠି) ଯୋଜନାରେ ଅବସର ପ୍ରାପ୍ତ ଦୁଇ ଜଣ ଡାକ୍ତର ନିଯୁକ୍ତି ରହିଥିଲେ ମଧ୍ୟ ସାମୟିକ ସମୟ ଦେଉଥବା ଯୋଗୁଁ ରୋଗୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ପ୍ରସୂତୀ ମହିଳା ଓ ସବ ବ୍ୟବଚ୍ଛେଦ ରେ ଗୁରୁତର ବିଭ୍ରାଟ ହୋଇଛି।ଡାକ୍ତର ସୁବ୍ରତ କୁମାର ରାୟ ଙ୍କୁ ପଚାରିବାରୁ ସେ କହିଲେ ଯେ ଡାକ୍ତର ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ପାଇଁ କଷ୍ଟକର ହୋଇପଡିଛି।ତଥାପି ରୋଗୀଙ୍କ ସେବା ପାଇଁ ଉଦ୍ୟମ ଜାରି ରହିଛି।ଏ ସମ୍ପର୍କରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଅଶୋକ କୁମାର ଦାସ ଙ୍କୁ ପଚାରିବାରୁ ସେ କହିଲେ ଯେ ଅବସର ପ୍ରାପ୍ତ ଡାକ୍ତର ଙ୍କୁ ନିଯୁକ୍ତି କରାଯିବ।ସେହିପରି ଏଲ.ଟି. ଆର. ଏମ. ଓ ଯୋଜନାରେ ଡାକ୍ତର ନିଯୁକ୍ତି କରାଯାଇ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆବଶ୍ୟକ ଡାକ୍ତର ଦିଆଯିବ।