ତେଲକୋଇ : ତେଲକୋଇ ବ୍ଲକ ଅଧିନସ୍ଥ ଖୁଣ୍ଟାପଡା ପଞ୍ଚାୟତ ଗୁଣ୍ଡରିଯୋଡା ଗ୍ରାମରେ ଗୁରୁବାର ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ ମେଗା ଜଳପ୍ରକ୍ଳପ ର ଭିତିପ୍ରସ୍ଥର ସ୍ଥାପନ କରିଥିଲେ। ଏହି ମେଗା ଜଳ ପ୍ରକଳ୍ପ ଅନୁଗୁଳ ଜିଲ୍ଲାର ପାଲ୍ଲଲହଡା ବ୍ଲକ ସମେତ କେନ୍ଦୁଝର ଜିଲ୍ଲାର ତେଲକୋଇ,ହରିଚନ୍ଦନପୁର, ଘଟଗାଁ ଓ ପାଟଣା ବ୍ଲକ କୁ ଏହି ଯୋଜନାରେ ସାମିଲ କରାଯାଇଛି ।ଏହି ଯୋଜନା ମାଧ୍ୟମରେ ସାମିଲ କରାଯାଇଥିବା ସମସ୍ତ ବ୍ଲକର ପ୍ରତ୍ୟେକ ଘରକୁ ସ୍ବଛ ପାନୀୟ ଜଳ ଯୋଗାଣ ର ଲକ୍ଷ ରଖାଯାଇଛି ।ଏଥିପାଇଁ ଓମ୍ବାଡିସ ଓ ଜିଲ୍ଲା ଖଣିଜ ପାଣ୍ଠି ପକ୍ଷରୁ ୧୧୭୬ ଦଶମିକ ୪୯ କୋଟି ଟଙ୍କାର ବ୍ୟୟଅଟକଳ କରାଯାଇଛି ।ଠିକାସଂସ୍ଥା ଏଲଏଣ୍ଡ ଟି କୁ ଏଥିପାଇଁ କାର୍ଯାଦେଶ ଦିଆଯାଇଛି ।
ଏହି ଯୋଜନାରେ ପାଞ୍ଚଟି ବ୍ଲକର ୧ ଲକ୍ଷ ୮୨ହଜାର ପରିବାର ଉପକୃତ ହୋଇପାରିବେ ବୋଲି ପାନୀୟ ଜଳ ଯୋଗାଣ ପରିମଳ ବିଭାଗ ପକ୍ଷରୁ ଜଣା ପଡ଼ିଛି ।ଅନଗୁଳ ଜିଲ୍ଲାର ରେଙ୍ଗାଲୀ ବୃହଦାକାର ଜଳପ୍ରକ୍ଳପ ରୁ ଜଳ ବିଶୋଧନ କରାଯାଇ ପାଇପ ଯୋଗେ ସମସ୍ତ ପାଞ୍ଚଟି ବ୍ଲକ କୁ ଜଳ ଯୋଗାଣ କରାଯିବାର ଲକ୍ଷ ରଖାଯାଇଛି।ଏହି ଉତ୍ସବରେ ମନ୍ତ୍ରୀ ସ୍ଥାନୀୟ ଆଦିବାସୀ ଛାତ୍ରୀଙ୍କ ସହିତ ପାଠ ପଢା ଓ ଖାଦ୍ୟ ପେୟ ଉପରେ ଆଲୋଚନା କରିଥିଲେ।ଏହି ପ୍ରକଳ୍ପ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ। ଏହି ଭିତିପ୍ରସ୍ଥର ଉତ୍ସବରେ କେନ୍ଦୁଝର ସାସଂଦ ଚନ୍ଦ୍ରାଣି ମୁର୍ମୁ ସାମିଲ ହୋଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ବିନୟ କୁମାର ସାହୁ,କମଳିନୀ ଦଣ୍ଡପାଟ, ବ୍ଲକ ବିଜେଡି ସଭାପତି ସନ୍ତୋଷ କୁମାର ବିଶ୍ବାଳ,ଜିଲ୍ଲା ଜଳ ଯୋଗାଣ ଅଧିକାରୀ ଦୟାନିଧି ସାହୁ ସହିତ ପ୍ରୋଜେକ୍ଟ ମ୍ୟାନେଜର ପ୍ରବୀନ କୁମାର ପ୍ରମୁଖ ଯୋଗ ଦେଇଥିଲେ ।