Odisha news

ନିଜ ହେଡକ୍ଵରଟର ଛାଡିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତାଲିକା ପ୍ରଦାନ କର : ବି ଇ ଓ

0

ବୋରିଗୁମ୍ମା (k.sakil Dora) : ମହାମାରୀ କରୋନା ଭାଇରସ ସହ ଆଜି ସାରା ବିଶ୍ୱ ସଂଘର୍ଷ କରୁଛି। ଆମ ଦେଶର ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଚତୁର୍ଥ ପର୍ଯ୍ୟାୟରେ ଲକ ଡାଉନ କରାଯାଇଛି। ମେ’ ୩୧ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ ଡାଉନ କରାଯାଇଛି। କିନ୍ତୁ କରୋନା ଭାଇରସ ବିସ୍ତାରିତ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ସମସ୍ତ ସରକାରୀ ଓ ବେସରକାରୀ  ଶିକ୍ଷାନୁଷ୍ଠାନ କୁ ବନ୍ଦ କରିଥିଲେ।

ଇତି ମଧ୍ୟରେ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀ ଙ୍କ ଘରକୁ ଯାଇ ପାଠ୍ୟ ପୁସ୍ତକ ବଣ୍ଟନ କରିବା ସହ ଆଇରନ ବଟିବା ମଧ୍ୟ ବଣ୍ଟନ କରିଥିଲେ। କିନ୍ତୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିର୍ଦେଶ ଦେଇଥିଲେ ଯେ କୌଣସି କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜ ର ହେଡକ୍ଵରଟର ଛାଡିପାରିବେ ନାହଁ କିମ୍ବା ନିଜର ମୋବାଇଲ କୁ ସବୁବେଳେ ଅନ ରଖିବେ।କିନ୍ତୁ ବୋରିଗୁମ୍ମା ବ୍ଲକରେ  ବାହାର ଜିଲ୍ଲା ରୁ ଆସିଥିବା କିଛି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦୀର୍ଘ ଦିନ ହେଲା ନିଜ ନିଜ ଜିଲ୍ଲା କୁ ଚାଲିଯାଇଥିବା ଅଭିଯୋଗ ହେଉଛି।

ଏଣୁ ଯେକୌଣସି ସରକାରୀ କାର୍ଯ୍ୟରେ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହିଁ କାର୍ଯ୍ୟ କରୁଛନ୍ତି। ଏଣୁ ବୋରିଗୁମ୍ମା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗତ ୨୧.୦୩.୨୦୨୦ ପତ୍ରାଙ୍କ ୪୮୭ / ୨୦୨୦ ଅନୁସାରେ ସମସ୍ତ ପ୍ରଧାନଶିକ୍ଷକ ମାନଙ୍କୁ ଲେଖିଥିଲେ ଯେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ହେଡକ୍ୱାରଟର ରେ ଅନୁପସ୍ଥିତ ଅଛନ୍ତି,ତାହାର ତାଲିକା ପ୍ରଦାନ କର। କିନ୍ତୁ କୌଣସି ପ୍ରଧାନଶିକ୍ଷକ ବିଇଓ ଙ୍କ ପତ୍ର କୁ ଖାତିର କଲେ ନାହିଁ। କୌଣସି ପ୍ରକାର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଅନୁପସ୍ଥିତ ତାଲିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରେ ପ୍ରଦାନ କଲେ ନାହିଁ।

ଶେଷରେ ଆଜି ବିଇଓ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଅନୁପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତାଲିକା ପ୍ରଦାନ ପାଇଁ ବ୍ଲକର ସମସ୍ତ ସି ଆର ସି ସି ଙ୍କୁ ଚିଠି ଲେଖିଛନ୍ତି। ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପତ୍ରାଙ୍କ ୬୪୮ / ୨୦ ତାରିଖ ୨୧.୦୫.୨୦୨୦ ଅନୁସାରେ ଆସନ୍ତା ୨୬.୦୫.୨୦ ତାରିଖ ମଧ୍ୟରେ ସମସ୍ତ ଅନୁପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତାଲିକା ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ କୌଣସି ସରକାରୀ ଛୁଟି ଘୋଷଣା କରାଯାଇ ନାହିଁ। ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଅନୁପସ୍ଥିତ ତାଲିକା ସଂଗ୍ରହ କରି ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Leave A Reply