Odisha news

ଯଦି ବାରମ୍ବାର ଚା କୁ ଗରମ କରି ସେବନ କରୁଛନ୍ତି ତେବେ ହୋଇଯାନ୍ତୁ ସତର୍କ , ମାଡି ଆସୁଛି ବିପଦ

0

ପ୍ରାୟ ଅଧିକାଂଶ ଭାରତୀୟ ସକାଳର ଆରମ୍ଭ କରନ୍ତି ଚା ପିଇବାରୁ , ଗୋଟିଏ କପ ଚା ବିନା କିଛିବି ଠିକ ଲାଗେ ନାହିଁ, କିଛି ଭାରତୀୟ ଏଭଳି ଥାଆନ୍ତି ଦିନକୁ ୩ରୁ ୪ କପ ଚା ପିଅନ୍ତି, କିନ୍ତୁ ଅନେକ ଗୁଡିଏ ରିସର୍ଚ୍ଚ ରୁ ଜଣା ପଡିଛି ଯେ ଚା ଅଧିକ ସେବନ ଦ୍ୱାରା ହାଡ଼ ଦୁର୍ବଳ ହୋଇଥାଏ, ଏବଂ ଯେଉଁ ବ୍ୟକ୍ତି ମାନେ ଅଧିକ ଚା ପିଅନ୍ତି ସେମାନେ ବାରମ୍ବାର ଚା କୁ ଗରମ କରି ସେବନ କରନ୍ତି l

ବର୍ଷା, ସର୍ଦି, କାଶ, ମୁଣ୍ଡବିନ୍ଧା ଏହି ସମସ୍ତର ଗୋଟିଏ ବିକଳ୍ପ ଚା, ଶୀତଋତୁ ରେ ପ୍ରତ୍ୟେକ ଭାରତୀୟ ଘର ମାନଙ୍କରେ ଦିନ ଦିନ ଧରି ଚା ପ୍ରସ୍ତୁତି ଓ ସେବନ ଚାଲିଥାଏ, କିଛି ଲୋକ ଏଭଳି ମଧ୍ୟ ଥାଆନ୍ତି ଯିଏ କି ଥଣ୍ଡା ଚା କୁ ବାରମ୍ବାର ଗରମ କରି ସେବନ କରନ୍ତି l

ଗବେଷଣା କହୁଛି ଯେ ଏହା ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ l ଥଣ୍ଡା ଚା କୁ ବାରମ୍ବାର ଗରମ କରିବା ପିଇବା ଉଚିତ ନୁହେଁ l

* ଯଦି ଆମେ ୧୫-୨୦ ମିନିଟ ମଧ୍ୟରେ ଚା ପ୍ରସ୍ତୁତ କରିଛୁ ତାହାକୁ ପୁନର୍ବାର ଗର୍ମ କରି ସେବନ କରିବା ହାନି କାରକ ନୁହେଁ, କିନ୍ତୁ ଏହି ଅଭ୍ୟାସ ମଧ୍ୟ ଠିକ ନୁହେଁ l ଯଦି ଚା ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହୋଇଛି ତେବେ ଏହାକୁ ପୁନର୍ବାର ଗରମ କରି ସେବନ କରିବାର ଅର୍ଥ ଜୀବନ କୁ ବିପଦ ରେ ପକାଇବା l ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚା ବ୍ୟାକ୍ଟେରିଆ ପୁର୍ଣ ହୋଇଥାଏ l ବିଶେଷ ଭାବରେ ଦୁଗ୍ଧ ରେ ପ୍ରସ୍ତୁତ ଚା ଖୁବ ଶୀଘ୍ର ବ୍ୟାକ୍ଟେରିଆ ଦ୍ୱାରା ପ୍ରଭାବିତ ହୋଇଥାଏ l

* ଯଦି ବାରମ୍ବାର ଚା କୁ ଗରମ କରି ସେବନ କରୁଛନ୍ତି ତେବେ –
– ଗ୍ୟାସ୍ଟ୍ରିକ ସମସ୍ୟା
– ପାଚନ ସମସ୍ୟା –
– ଏସିଡ଼ିଟି ସମସ୍ୟା
– ନିଦ୍ରା ହୀନତା ସମସ୍ୟା
– ଓଜନ ବୃଦ୍ଧି ସମସ୍ୟା
– ଉଚ୍ଚ ରକ୍ତଚାପ ସମସ୍ୟା ର ସମୁଖୀନ ହୋଇ ପାରନ୍ତି l

Leave A Reply