Odisha news

କପାଳେଶ୍ବର ଶିବ ମନ୍ଦିରରେ କାହିଁକି ମହାଦେବଙ୍କ ସହିତ ନାହାନ୍ତି ଏଠାରେ ନନ୍ଦୀ , କଣ ରହିଛି ଏହାପଛର କାହାଣୀ

0

ଶିବରାତ୍ରି ଆଉ ଖୁବ କମ ଦିନ ରହିଲା, ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହା ଫାଲଗୁନ ଅମାବାସ୍ୟା ଦିନ ପାଳିତ ହେବାକୁ ଯାଉଛି, ଆଉ ଯେଉଁଠି ମହାଦେବ ସେହିଠାରେ ହିଁ ନନ୍ଦୀ l  ମହାଦେବ ଙ୍କ ଦର୍ଶନ କରି ନନ୍ଦୀ ଙ୍କ କଣାରେ ମନକଥା କହିଲେ ସମସ୍ତ ଇଛା ପୁର୍ଣ ହୋଇଥାଏ l ଯେଉଁଠି ମହାଦେବ ରୁହନ୍ତି ସେଠାରେ ନନ୍ଦୀ ରହି ଥାଆନ୍ତି , କିନ୍ତୁ ଏଭଳି ଗୋଟିଏ ମହାଦେବ ଙ୍କ ମନ୍ଦିର ରହିଛି ଯେଉଁଠି ନନ୍ଦୀ ମହାରାଜ ତାଙ୍କ ସହିତ ନାହାନ୍ତି l ଆସନ୍ତୁ ଆଜି ଜାଣିବା ସେହିଭଳି ଗୋଟିଏ ମନ୍ଦିର ବିଷୟ ରେ l

ଗୋଦାବରୀ ନଦୀ କୂଳରେ ସ୍ଥିତ କପାଳେଶ୍ବର ଶିବ ମନ୍ଦିର ଗୋଟିଏ ପ୍ରାଚୀନ ଶିବ ମନ୍ଦିର l ମହାଦେବ ଙ୍କର ୧୨ ଜ୍ୟୋତିର୍ଲିଙ୍ଗ ପରେ ଯଦି କୌଣସି ଶିବ ମନ୍ଦିରର ଯଦି ମାନ୍ୟତା ରହିଛି ତେବେ ତାହା ହେଉଛି କପାଳେଶ୍ବର ଶିବ ମନ୍ଦିର l

କାହିଁକି ମହାଦେବ ଙ୍କ ସହିତ ନାହାନ୍ତି ଏଠାରେ ନନ୍ଦୀ –
ଏତେ ମହତ୍ଵପୁର୍ଣ ହୋଇଥିବା ସତ୍ୱେ ମଧ୍ୟ ମହାଦେବ ଙ୍କର ଏହି ମନ୍ଦିର ଏତେ ମହତ୍ଵପୁର୍ଣ ହେବା ସତ୍ୱେ ମଧ୍ୟ ମହାଦେବ ଙ୍କ ନିକଟରେ ତାଙ୍କର ପ୍ରିୟ ବାହନ ନନ୍ଦୀ ନାହାନ୍ତି, ଏହା ପଛରେ ଗୋଟିଏ ପ୍ରାଚୀନ ପୌରାଣିକ କଥା ରହିଛି, ଯାହା ଅନୁସାରେ ସ୍ୱୟଂ ଭଗବାନ ମହାଦେବ ଇଛା କରି ନଥିଲେ ଯେ ନନ୍ଦୀ ତାଙ୍କ ସମୁଖରେ ବିରାଜମାନ କରନ୍ତୁ l

ପୁରାଣ ଅନୁସାରେ ବ୍ରହ୍ମା ଦେବ ଙ୍କର ପାଞ୍ଚଟି ମୁଖ ଅଟେ, ଚାରି ମୁଖ ବେଦର ଉଚ୍ଚାରଣ କରନ୍ତି ଏବଂ ପଞ୍ଚମ ମୁଖ ନିରନ୍ତର ନନ୍ଦୀ ର ନିନ୍ଦା କରନ୍ତି l ଏହି ମୁଖ ଦ୍ୱାରା ସମସ୍ତ ଦେବତା ଓ ରୁଷି ଗଣ ସର୍ବଦା ଚିନ୍ତିତ ରହି ଥାଆନ୍ତି l

ଏକଦା ଭଗବାନ ବ୍ରହ୍ମ ଦେବ ମହାଦେବ ଙ୍କର ନିଜର ପଞ୍ଚମ ମୁଖ ଦ୍ୱାରା କଠୋର ନିନ୍ଦା କରିଥିଲେ, ଏହାଦ୍ୱାରା କ୍ରୋଧିତ ହୋଇ ମହାଦେବ ବ୍ରହ୍ମା ଙ୍କର ପଞ୍ଚମ ମୁଖ କୁ କାଟି ଦେଇଥିଲେ, ଏହାପରେ ମହାଦେବ ଙ୍କ ଉପରେ ବ୍ରହ୍ମ ହତ୍ୟା ର ଦୋଷ ଲାଗିଥିଲା l ଯାହାର ପ୍ରାୟଶ୍ଚିତ ସାରା ସଂସାର ରେ କେଉଁଠି ମଧ୍ୟ ସମ୍ଭବ ନଥିଲା l  କୁହାଯାଏ ଯେ ମହାଦେବ ଏହି ବ୍ରହ୍ମହତ୍ୟା ରୁ ମୁକ୍ତି ପାଇଁ ସାରା ସଂସାର ଭ୍ରମଣ କରିଥିଲେ, କିନ୍ତୁ ସେ ଅସଫଳ ରହିଥିଲେ l

ଏକଦା ମହାଦେବ ଯେତେବେଳେ ସୋମେଶ୍ୱର ରେ ଅଟକି ଥିଲେ ସେତେବେଳେ ସେ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖି ଥିଲେ, ଗୋଟିଏ ବ୍ରାହ୍ମଣ ଗୋଟିଏ ବାଛୁରୀ ନାକରେ ରସି ପୁରାଇବାକୁ ଚାହୁଁଥିଲା, କିନ୍ତୁ ବାଛୁରୀ ଟି ଏହାର ବିରୋଧ କରି ମୁଣ୍ଡ ହଲାଉ ଥିଲା, ସେତେବେଳେ ତାର ମା ଗାଈ ଟାଟାକୁ ଚେତାବନୀ ଦେଇଥିଲା ପୁତ୍ର ଏପରି କର ନାହିଁ, ଏହାଦ୍ୱାରା ତତେ ବ୍ରହ୍ମ ହତ୍ୟା ର ଦୋଷ ଲାଗିପାରେ, ବାଛୁରୀ ଟି କହିଥିଲା ମା ମତେ ବ୍ରହ୍ମ ହତ୍ୟାରୁ ମୁକ୍ତି ର ବାଟ ଜଣା ଅଛି, ଏହା ଶୁଣି ମହାଦେବ ଉତ୍ସୁକତା ର ସହିତ ଦେଖିବାକୁ ଲାଗିଲେ l

ଏହାପରେ ବାଛୁରୀ ଟି ବ୍ରାହ୍ମଣ କୁ ମୁଣ୍ଡିଆ ମାରି ଥିଲା ଓ ବ୍ରାହ୍ମଣ ଟି ମରିଗଲା, ଏହାଦ୍ୱାରା ବାଛୁରୀ କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା, ଏବଂ ସେ ଦୌଡ଼ି ଦୌଡ଼ି ଗୋଦାବରୀ ନଦୀର ରାମକୁଣ୍ଡ ରେ ପହଁଚିଲା, ଏବଂ ସେଠାରେ ସ୍ନାନ କରି ବ୍ରହ୍ମ ହତ୍ୟା ରୁ ମୁକ୍ତି ପାଇଲା , ଏହା ଦେଖି ମହାଦେବ ମଧ୍ୟ ସେହି ଉପାୟ  କରିଥିଲେ, ଏବଂ ସେଠାରେ କପାଳେଶ୍ବର ଭାବରେ ବିରାଜମାନ କରିଥିଲେ, ଏହି ଯାତ୍ରା ସମୟ ରେ ତାଙ୍କ ସହିତ ନନ୍ଦୀ ନଥିଲେ, ତେଣୁ ମହାଦେବ ଏଠାରେ ଏକାକୀ ବିରାଜମାନ କରିଛନ୍ତି l

Leave A Reply