Odisha news

ସୁମିତ-ତପସ୍ବିନୀ ଦମ୍ପତ୍ତି ବିବାଦ ମାମଲା ପରିବାର କୋର୍ଟରେ ହାଜର ହେଲେ ସୁମିତ

0

ଵ୍ରହ୍ମପୁର,  ୧୦/୨- ବହୁ ଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲାକୁ ନେଇ ରୁଜୁ ହୋଇଥିବା ଛାଡ଼ପତ୍ର ଆବେଦନର କାଉନ୍‌ସେଲିଂ ଗୁରୁବାର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଗୁରୁବାର ଡା. ସୁମିତ ପରିବାର କୋର୍ଟରେ ହାଜର ହୋଇଥିଲେ। କିନ୍ତୁ ତପସ୍ବିନୀ ଦାଶ କୋର୍ଟରେ ହାଜର ନହେବାରୁ କାଉନ୍‌ସେଲିଂ ହୋଇପାରି ନଥିଲା । ଏଣୁ ପୁଣିଥରେ ଦିନ ଧାର୍ଯ୍ୟ କରାଯାଇଛି।ଏନେଇ  ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ତପସ୍ବିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ସୁମିତ ଗତ ୨୦୨୧ ସେପ୍ଟେମ୍ବର ମାସରେ ପରିବାର କୋର୍ଟରେ ଆବେଦନ କରିଥିଲେ। ଏହାର କାଉନ୍‌ସେଲିଂ ପାଇଁ  ଦିନ ଧାର୍ଯ୍ୟ ହୋଇଥିଲା। ଅନ୍ୟପଟେ କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଡା. ସୁମିତ ତପସ୍ବିନୀଙ୍କୁ ୧୭ହଜାର ଟଙ୍କା ଦେବା ପାଇଁ ରାଜି ଅଛନ୍ତି। ଡା. ସୁମିତ ତପସ୍ବିନୀଙ୍କୁ ତାଙ୍କର ପ୍ରାପ୍ୟ ଡିଡ଼ି ଆକାରରେ ଏସ୍ଡିଜେଏମ କୋର୍ଟରେ ଦେଇଛନ୍ତି  ବୋଲି ଆଇନଜୀବୀ  ବେହେରା କହିଛନ୍ତି।କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ବିନୀ ବର୍ତ୍ତମାନ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍‌ ସ୍ଥିତ ଡା. ସୁମିତଙ୍କ ଘରେ ରହିଛନ୍ତି। ସେପଟେ ତପସ୍ବିନୀ ଘରକୁ ପ୍ରବେଶ କରିବା ପରେ ତାଙ୍କର ଶ୍ବରୁର ପ୍ରମୋଦ ସାହୁ ଗତ ଜାନୁଆରି ୬ତାରିଖ ରାତିରୁ ଘର ଛାଡ଼ି କେହୁଁଆଡେ ଚାଲି ଯାଇଛନ୍ତି। ଅନ୍ୟପଟେ ଡା. ସୁମିତ ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ଅସୁସ୍ଥତା କାରଣରୁ ଛୁଟିରେ ରହିଛନ୍ତି।

Govt
Leave A Reply