Odisha news

ତାଲିବାନ ପ୍ରକୋପରେ ପାକିସ୍ତାନ ଘାଇଲା

0

ବର୍ତମାନ ତାଲିବାନ ପାକିସ୍ତାନ କୁ ନାକରେ ପାଣି ପିଆଇ ଦେଇଛି, ଯାହାକୁ ନେଇ ପାକ ପ୍ରଧାନମନ୍ତ୍ରୀ ଅସୁବିଧାରେ ପଡି ଯାଇଛନ୍ତି, ଯେଉଁଠି ବର୍ତମାନ ଆଫଗାନିସ୍ତାନ ସାମ୍ନାରେ ପାକିସ୍ତାନ ମୁଣ୍ଡ ନୁଆଁଇ ଦେଇଛି, ତାଲିବାନ ର ଲଗାତାରକରମାନ ଦ୍ୱାରା ସହବାଜ ସରିଫ ବର୍ତମାନ ପାକିସ୍ତାନ ସହିତ କଥା ହେବାକୁ ରାଜି ହୋଇଛନ୍ତି l କେବଳ ଏତିକି ନୁହେଁ ପାକିସ୍ତାନ ଉପରେ ହେଉଥିବା ଆକ୍ରମଣ ପାଇଁ ସେ ଭାରତକୁ ଦାୟୀ କରିଛନ୍ତି l

ଜିଓ ନିୟୁଜ ର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ସହବାଜ ସରିଫ କହିଛନ୍ତି ଯେ ପାକିସ୍ତାନ ସରକାର ତାଲିବାନ ଶାସକ ଙ୍କ ସହିତ କଥା ହେବାକୁ ପ୍ରସ୍ତୁତ ଅଛନ୍ତି, ଉଭୟ ଦେଶ ୪୮ ଘଣ୍ଟା ପାଇଁ ସିଜ ଫାୟାର ପାଇଁ ସହମତି ହୋଇଛନ୍ତି, ଗୁରୁବାର ଦିନ ପାକ -ଆଫଗାନ ସୀମା ଉତେଜନାକୁ ନେଇ ହୋଇଥିବା ଦ୍ୱିପାକ୍ଷିକ ବୈଠକ ରେ ସ୍ଥାୟୀ ସଂଘର୍ଷ ବିରାମ ପାଇଁ ନିଷ୍ପତି ହୋଇଛି l

ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫ କହିଛନ୍ତି ଯେ ‘ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ତାଲିବାନ ଭାରତ କହିବା ଯୋଗୁଁ କରିଛି, ବିଶେଷ କଥାଟି ମଧ୍ୟ ଏହା ଯେ ପାକିସ୍ତାନ ଉପରେ ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମୀର ଖାନ ଭାରତ ଗସ୍ତରେ ଥିଲେ l  ପାକିସ୍ତାନ ନିଜର ବିଦେଶ ମନ୍ତ୍ରୀ ଓ ରକ୍ଷା ମନ୍ତ୍ରୀ ଙ୍କୁ ଶାନ୍ତି ଆଲୋଚନା ପାଇଁ କାବୁଲ ପଠାଇଥିଲେ l

Leave A Reply