Odisha news

ଭାରତରୁ ତାଲିବାନ ର ପାକିସ୍ତାନ କୁ ଧମକ

0

ବର୍ତମାନ ପାକିସ୍ତାନ -ଆଫଗାନିସ୍ତାନ ସୀମାରେ ଗମ୍ଭୀର ଉତେଜନା ଦେଖା ଦେଇଛି, ତାଲିବାନ ଦାବି କରିଛି ଯେ ଶନିବାର ୧୧ ତାରିଖ ଦିନ ୫୮ ଜଣ ପାକିସ୍ତାନ ସୈନ୍ୟ ଆଫଗାନିସ୍ତାନ ଆକ୍ରମଣ ଦ୍ୱାରା ମୃତ୍ୟୁବରଣ କରିଛନ୍ତି l ଏହା ମଧ୍ୟରେ ଭାରତ ଗସ୍ତରେ ଆସିଥିବା ତାଲିବାନ ସରକାର ର ବିଦେଶ ମନ୍ତ୍ରୀ ଅମୀର ଖାଁ ମୁତାଳି ପାକିସ୍ତାନକୁ ଧମକ ଦେଇଛନ୍ତି l ସେ କହିଛନ୍ତି ପାକିସ୍ତାନ ଆକ୍ରମଣର ଶଁଟୁପୁର୍ଣ ସମାଧାନ ଚାହୁଁଚୁ l ଯଦି ଶାନ୍ତିପୂର୍ଣ ସମାଧାନ ନହେଲା ତେବେ ପାକିସ୍ତାନ ପାଇଁ ଅଲଗା ବିକଳ୍ପ ରହିଛି l ଦେଶର ସମ୍ପୃଭୁତା କୁ ଉଲଂଘନ କଲେ ବରଦାସ୍ତ କରାଯିବ ନାହିଁ l

ସେ କହିଛନ୍ତି ଇସ୍ଲାମିକ ଅମିରଟ ଅଫ ଆଫଗାନିସ୍ତାନ ର ନୀତି ହେଉଛି ସମସ୍ୟାର ସମାଧାନ କଥାବାର୍ତା ଦ୍ୱାରା ହେବା ଜରୁରୀ l କାତର ଓ ସୌଦିଆରବ  ମିତରଦେଶ ଆମ ସହିତ ସମ୍ପର୍କ କରିଛନ୍ତି, ଏବଂ ସଂଘର୍ଷ ରୋକିବା ପାଇଁ ଅପିଲ କରିଥିଲେ l ଆମ ପକ୍ଷରୁ ଯୁଦ୍ଧ ରୋକା ଯଇଛି,  ଶାନ୍ତି ଦରକାର, କିନ୍ତୁ ଯଦି ପାକିସ୍ତାନ ସୁଧୁରିବ ନାହିଁ ତେବେ ଆଫଗାନିସ୍ତାନ କଠୋର ପଦକ୍ଷେପ ନେବ l ଆମ ନୀତି ସମସ୍ତ ଦେଶାଙ୍କ ସହିତ ଭଲ ସମ୍ପର୍କ ରଖିବା l ଆଫଗାନିସ୍ତାନ ୪୦ ରୁ ଉର୍ଧ୍ଵ ଯୁଦ୍ଧ ଦେଖିଚି, ସୋଭିଏତ ସଙ୍ଘ ଆସିଲା ଆଉ ହାରିଗଲା l

ଆମେରିକା ଓ ନାଟୋ ର ୫୦ ରୁ ଅଧିକ ଦେଶ ର ସେନା ଆସିଲେ, ୨୦ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଲା, ଏବଂ ବର୍ତମାନ ଆଫଗାନିସ୍ତାନ ସ୍ୱାଧୀନ ଏବଂ ନିଜ ଗୋଡ଼ରେ ଠିଆ ହୋଇଛି l ଆମେ ବାହାର ଶକ୍ତିକୁ ହରାଇବା ପାଇଁ ଏକଜୁଟ ହୋଇଛୁ l

ଗୁରୁବାର ଦିନ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନ ରାଜଧାନୀ କାବୁଲ ରେ ଅନେକ ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଥିଲା l ଏହାର ଜବାବ ରେ ତାଲିବାନ ପକ୍ଷରୁ ଶନିବାର ଦିନ ପାକିସ୍ତାନ ର ଅନେକ ସୈନ୍ୟ ପୋଷ୍ଟ ଉପରେ ଆକ୍ରମଣ କରାଯାଇଥିଲା l ଏବଂ ଅନେକ ସୈନ୍ୟ ପୋଷ୍ଟ ଉପରେ ମଧ୍ୟ ତାଲିବାନ କବ୍ଜା କରିଛି l

Leave A Reply