ନୂଆଦିଲ୍ଲୀ : ଆଫଗାନିସ୍ତାନ ର ତାଲିବାନ୍ ସରକାର ଭାରତ ସରକାରଙ୍କୁ ଚିଠି ଲେଖି ପୁନର୍ବାର କମର୍ସିଆଲ ଫ୍ଲାଇଟ ଆଉଥରେ ଆରମ୍ଭ କରିବା ପାଇଁ କହିଛନ୍ତି । ଇସଲାମିକ ଅମିରାତ୍ DGCA କୁ ପତ୍ର ଲେଖି କାବୁଲ ପାଇଁ ଆଉଥରେ କମର୍ସିଆଲ ଫ୍ଲାଇଟ ଆରମ୍ଭ କରିବାକୁ କହିଛନ୍ତି । ଭାରତୀୟ ନାଗରିକ ଉଦୟନ ମନ୍ତ୍ରଣାଳୟ ଏହି ପତ୍ରର ସମୀକ୍ଷା କରୁଛି ।
ଭାରତ ପକ୍ଷରୁ ଅଗଷ୍ଟ ୧୫ ତାରିଖ ପରେ କାବୁଲ ପାଇଁ ସମସ୍ତ କମର୍ସିଆଲ ଫ୍ଲାଇଟ ର ସଞ୍ଚାଳନ ବନ୍ଦ୍ କରି ଦିଆ ଯାଇଥିଲା । କେବଳ ଭାରତୀୟ ନାଗରିକ ମାନଙ୍କୁ ଉଦ୍ଧାର କରିବା ପାଇଁ କିଛିଟା ବିମାନକୁ କାବୁଲ ଯିବାର ଅନୁମତି ଥିଲା ।
ଅନ୍ୟପକ୍ଷରେ କେନ୍ଦ୍ରୀୟ DGCA କରୋନା ମହାମାରୀ କୁ ଆଖି ଆଗରେ ରଖି ଅନ୍ତରାଷ୍ଟ୍ରୀୟ ବାଣିଜ୍ୟିକ ବିମାନ ଗୁଡ଼ିକ ଉପରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇବାର ନିଷ୍ପତି ନେଇଛନ୍ତି ।

Comments are closed.