Odisha news

ଶିବରାଜ୍ ସିଂ ଚୌହାନ ଙ୍କ ବୟାନ : କଂଗ୍ରେସର ଅଧପତନ କରିବାରେ ଲାଗିଛନ୍ତି ରାହୁଲ୍ , ପଞ୍ଜାବ ସରକାରଙ୍କ ର ବିନାଶ କଲେ

ନୂଆଦିଲ୍ଲୀ : ସିଦ୍ଧୁଙ୍କ ଇସ୍ତଫା କାରଣରୁ ଆଉଥରେ କଂଗ୍ରେସ ରେ ସମସ୍ୟା ଉପୁଜିଛି । ପଞ୍ଜାବ ରେ ଯେତେବେଳେ ନୂଆ ସରକାର ରଣଜିତ୍ ସିଂ ଚନୀ ଙ୍କ ର ହେଲା ସେତେବେଳେ ଲାଗିଲା ଯେ ସବୁକିଛି ଠିକ୍ ହୋଇଗଲା । କିନ୍ତୁ ଅଚାନକ ଭାବରେ ସିଦ୍ଧୁ କଂଗେସ ରୁ ଇସ୍ତଫା ଦେଇଥିଲେ । ଏହାକୁ କଂଗ୍ରେସ ନେତା ସୁଖବିନ୍ଦର୍ ସିଂ କାକା ଏହାକୁ ବିଶ୍ବାସ ଘାତକତା ବୋଲି କହିଛନ୍ତି ।
ପଞ୍ଜାବ ରେ ଓ କଂଗ୍ରେସ ରେ ଏପରି କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିଜେପି ନେତା ମାନେ ଆକ୍ଷେପ କରିଛନ୍ତି । ମଧ୍ୟ ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଶିବ ରାଜ୍ ସିଂ ଗୋଟିଏ କାର୍ଯ୍ୟକ୍ରମରେ ଏହି ଘଟଣାକୁ ନେଇ କଂଗ୍ରେସ କୁ ଆକ୍ଷେପ କରିଛନ୍ତି । ଶିବରାଜ କହିଛନ୍ତି ପଞ୍ଜାବ ରେ ଶିଦ୍ଧୁ ଙ୍କ କାରଣରୁ କ୍ୟାପଟେନ ଅମରିନ୍ଦର୍ ଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ରୁ ହଟାଇ ଦିଆଗଲା । କିନ୍ତୁ ସିଧୁ ମଧ୍ୟ ଦଳ ଛାଡ଼ିଲେ ।
ଏହାକୁ ନେଇ କେନ୍ଦ୍ରୀୟ ଗୃହ ରଜ୍ୟମନ୍ତ୍ରୀ ଅଜୟ ମିସ୍ରା ଟୋନି କହିଛନ୍ତି “କଂଗ୍ରେସ ବିନା ଡ୍ରାଇଭର ର ଗାଡ଼ି ହୋଇ ଯାଇଛି କିମ୍ବା ଯେଉଁ ଡ୍ରାଇଭର ଗାଡ଼ି ଚଳାଉଛି ସେ ଜାଣିନାହିଁ ଯେ ଗାଡ଼ି କେଉଁଆଡେ ନେଇ ଯିବ । ଶିଧୁ ଙ୍କ ଭଳି ମହତ୍ତ୍ଵ ଆକାଂକ୍ଷା ଥିବା ବ୍ୟକ୍ତି ଦେଶ ପାଇଁ ବିପଦ ଏହା କ୍ୟାପଟେନ ଅମାରିନ୍ଦର୍ ସିଂ ଠିକ୍ କହିଥିଲେ । ” ଏହି ସମସ୍ତ ଘଟଣା କୁ ଦେଖିଲେ ଲାଗୁଚି ଯେ ସୀଧୁ ବର୍ତ୍ତମାନ୍ ଏକୁଟିଆ ହୋଇ ଯାଇଛନ୍ତି । ଦେଖାଯାଉ ସେ ଆଗକୁ କିପରି ନିଜର ରାଜନୈତିକ ଜୀବନ ଆରମ୍ଭ କରୁଛନ୍ତି ।
Shares