Odisha news

ତାଲିବାନ ର ନୂଆ ଆଦେଶ : ଆଫଗାନିସ୍ତାନ ଛାତ୍ରୀ ମାନଙ୍କୁ ବର୍ତମାନ ପାଠ ପଢାପାଇଁ ଅନୁସରଣ କରିବାକୁ ପଡିବ ଏହି ନିୟମ

ନୂଆଦିଲ୍ଲୀ : ଆଫଗାନିସ୍ତାନ କୁ ତାଲିବାନ ଫେରିବା ପରେ ବହୁତ କିଛି ବଦଳିବାକୁ ଲାଗିଛି l ତାଲିବାନ ଦ୍ୱାରା ଆଦେଶ ଜାରି କରାଯାଇଛି ଯେ ବିଶ୍ବବିଦ୍ୟାଳୟକୁ ଯିବାକୁ ଚାହୁଁଥିବା ମହିଳା ମାନଙ୍କୁ ପାରମ୍ପରିକ ପୋଷାକ ପିନ୍ଧି ଯିବାକୁ ପଡିବ l ଯେଉଁ ପୋଷାକ ତାଙ୍କ ଶରୀରକୁ ଘୋଡେଇ ରଖି ପାରିବ l ପୁଅ ଓ ଝିଅ ଙ୍କ କ୍ଲାସ ରୁମ ଅଲଗା ଅଲଗା ରହିବ l

ଯଦି ଗୋଟିଏ କ୍ଲାସ ରୁମ ମଧ୍ୟରେ ଉଭୟ ପୁଅ ଓ ଝିଅ ରହିଲେ ତେବେ ତାଙ୍କ ମଝିରେ ଗୋଟିଏ ପରଦା ଟଣା ହେବ l ଯେପରିକି ସେମାନେ କେହି କାହାକୁ ଦେଖି ପାରିବେ ନାହିଁ l ଅଫଜନିସ୍ତାନ ରେ ମହିଳା ମାନେ ନିଜ ହକ ପାଇଁ ଏପରି ବିରୋଧ ପ୍ରଦର୍ଶନ କରୁଛନ୍ତି କିନ୍ତୁ ତାଲିବାନ ତାହା ଶୁଣିବା ବଦଳରେ ତାଙ୍କ ପ୍ରଦର୍ଶନ ସ୍ଥାନରେ ଆକ୍ରମଣ କରିବାକୁ ପଛାଉ ନାହିଁ l  ବର୍ତମାନ ତାଲିବାନ ର ଆକ୍ରମଣ କୁ ନେଇ ସାରା ବିଶ୍ୱ ନିରବ l

କାବୁଲ ମହିଳାମାନେ ନିଜର ହକ ପାଇଁ ବିରୋଧ ପ୍ରଦର୍ଶନ କରି ଆସୁଥିଲେ l ଆଫଗାନିସ୍ତାନ ରେ ନିଜ ଭାଗିଦାରୀ ପାଇଁ ଏହି ମହିଳାମାନେ ମୋର୍ଚା ଖୋଲିଥିଲେ l ମହିଳାଙ୍କ ଦାବି ରହିଥିଲା ଯେ ତାଙ୍କ ନୂଆ ସରକାର ତାଙ୍କୁ ଗୁରୁ ଦାୟିତ୍ୱ ଦେଉ l କିନ୍ତୁ ତାଲିବାନୀ ମାନେ ତାଙ୍କ ଉପରକୁ ଆକ୍ରମଣ କରି ଦେଇଥିଲେ l ଏହି ସମୟରେ ତାଙ୍କ ଉପରକୁ ଟିୟର ଗ୍ୟାସ ପକା ଯାଇଥିଲା l ଏହି ବିରୋଧ ପ୍ରଦର୍ଶନ କରୁଥିବା ପତ୍ରକାର ମାନଙ୍କୁ ମଧ୍ୟ ତାଲିବାନୀ ମାନେ ଆକ୍ରମଣ କରିଥିଲେ l ଏଥିରୁ ଜଣାପଡୁଛି ଯେ ତାଲିବାନ ମହିଳା ମାନଙ୍କୁ କି ପ୍ରକାର ହକ ଦେବ l

Comments are closed.