Odisha news

ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟପକ୍ଷରୁ ଆମ୍ବୁଲାନ୍ସ ଓ ଶବବାହାକ ଯାନର ଲୋକାର୍ପଣ

ତାଳଚେର : କୋଭିଡ଼-୧୯ର କରୋନା ମହାମାରୀକୁ ଆଖି ଆଗରେ ରଖି ୧୯/୦୬/୨୦୨୧ରିଖ ଶନିବାର ଦିନ ପିଏମଆଇଟି ତାଳଚେର ପରିସର ମଧ୍ୟରେ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟପକ୍ଷରୁ ୩ଟି ଆମ୍ବୁଲାନ୍ସ ଓ ଏକ ଶବବାହାକ ଯାନକୁ ଲୋକମାନଙ୍କ ସେବା ନିମନ୍ତେ ଲୋକାର୍ପଣ କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପିଏମଆଇଟି ସଭାପତି ଡ଼ଃ ଦେବେନ୍ଦ୍ର ପ୍ରଧାନ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀମତୀ ମୃସୁଳା ଠାକୁର ପ୍ରଧାନ ଓ ଟ୍ରଷ୍ଟର ସଦସ୍ୟା ଶ୍ରୀମତୀ ବସନ୍ତମଞ୍ଜୁରୀ ପ୍ରଧାନ ଉପସ୍ଥିତ ରହି ଲୋକାର୍ପଣ କରିଥିଲେ ।

ଏବଂ ପିଏମଆଇଟି ଅନୁଷ୍ଠାନରର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଆମ୍ବୁଲାନ୍ସ ଓ ଶବବାହାକ ଯାନର ସେବାପାଇଁ ସର୍ବସାଧାରଣଙ୍କ ନିମନ୍ତେ ଏକ ଫୋନ୍ ନଂ- ୮୮୯୫୭୧୫୦୫୪ରେ ଯୋଗାଯୋଗ କରିପାରିବେ ବୋଲି ବିକାଶଫାଉଣ୍ଡେସନ୍ ଟ୍ରଷ୍ଟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସେବା କାର୍ଯ୍ୟକାରୀ ହେଲେ ତାଳଚେର କାହିଁକି ସମଗ୍ର ଅନୁଗୋଳ ଜିଲ୍ଳାବାସୀ ଉପକୃତ ହେବ ବୋଲି ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Nalco

Comments are closed.