Odisha news

ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ବାରିପଦା ଟାଉନ କଂଗ୍ରେସ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ

ବାରିପଦା : କଂଗ୍ରେସ ଦଳର ପୂର୍ବତନ ରାଷ୍ଟ୍ରିୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସକୁ ଚିରସ୍ମରଣୀୟ କରିବା ପାଇଁ ବାରିପଦା ନଗର କଂଗ୍ରେସ ପକ୍ଷରୁ ସଭାପତି ଶାନ୍ତନୁ ପାଳଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନିରାଡମ୍ବର ଭାବେ ପାଳନ କରାଯାଇଛି । ରାହୁଲ ଗାନ୍ଧୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏବର୍ଷ ମଧ୍ୟ ତାଙ୍କର ଜନ୍ମ ଦିନ ପାଳନ କରି ନାହାଁନ୍ତି ।

କିନ୍ତୁ ତାଙ୍କର ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ଟାଉନ୍ କଂଗ୍ରେସ ପକ୍ଷରୁ ଅସହାୟ ଗରୀବ ଶ୍ରେଣୀର ଲୋକଙ୍କୁ ମାସ୍କ, ଶୁଖିଲା ଖାଦ୍ୟ ଓ ସାବୁନ୍ ଆଦି ବଣ୍ଟନ କରିବା ସହିତ କାର୍ଯ୍ୟରତ ପୋଲିସ ମାନଙ୍କୁ ମଧ୍ୟ ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ହେମନ୍ତ ଦାସ, ମହିଳା ନେତ୍ରୀ ଇତିଶ୍ରୀ ମିଶ୍ର, ଅରବିନ୍ଦ ଦାସ, ଯୋଗେଶ ଅଗ୍ରୱାଲ, ରଶ୍ମିତା ମିଶ୍ର, ଶୁଭସ୍ମିତା ବେହେରା, ବୁଦ୍ଧିରାମ ସିଂ, ରତନ ଶର୍ମା, ସ୍ୱାଗନ୍ ଦାସ, ନିର୍ମଳ ପ୍ରଧାନ, ଅଜଗର ଅଲ୍ଲି, ଦେବେନ୍ଦ୍ର ସିଂ, ଭିକି ସାମଲ, କୌଶିକ ମିଶ୍ର ଓ ତାରାକାନ୍ତ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Nalco

Comments are closed.