Odisha news

ତାଳଚେରରେ ଶାନ୍ତିଶୃଙ୍ଖଳାର ସହିତ ୪ର୍ଥ ପର୍ଯ୍ୟାୟ ମତଦାନ ସମାପ୍ତ

0

ତାଳଚେର୨୨/୦୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଜି ଶାନ୍ତିଶୃଙ୍ଖଳାର ସହ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ଣ ୧ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଅଂଚଳରେ ଥିବା ୪ଟି ଜୋନ ୧୮,୧୯,୨୦,୨୧ରେ ଜିଲ୍ଳା ପରିଷଦ ପାଇଁ ୧୬ଜଣ, ସରପଂଚ ପାଇଁ ୯୭ଜଣ, ସମିତି ସଭ୍ୟsପାଇଁ ୬୨ଜଣ ଓ ୨୯୦ ୱାର୍ଡ଼ମେମ୍ବର ସହ ଆଜି ସମସ୍ତ ପ୍ରାର୍ଥିଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ୍ ହୋଇଛି । ୪ଟି ଜୋନ୍‌ର ୨୧ଟି ପଂଚାୟତରେ ୩୦୫ଟି ଭୋଟକେନ୍ଦ୍ର କରାଯାଇଥିଲା । ମହିଳା ସଶକ୍ତିକରଣକୁ ଉତ୍ସାହିତ କରିବାକୁ ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ପଂଚାୟତର ତାଳବେଡ଼ା ଗ୍ରାମରେ ପିଙ୍କ୍‌ଜୋନ୍ ଭୋଟକେନ୍ଦ୍ର କରାଯାଇଥିଲା । ଉକ୍ତ କେନ୍ଦ୍ରଟିକୁ ବେଲୁନ୍ ଗୋଲାପି ରଙ୍ଗରେ ସଜ୍ଜା ଯାଇଥିଲା । ୨୧ଟି ପଂଚାୟତର ସର୍ବମୋଟ ୧ଲକ୍ଷ ୧୩ହଜାର ୯୬୮ଜଣ ଭୋଟରର ରହିଛନ୍ତି । କୋଭିଡ଼ ନିୟମ ପାଳନ କରି ପୁରୁଷ, ମହିଳା ଭୋଟକେନ୍ଦ୍ରକୁ ଯାଇ ଶାନ୍ତିଶୃଙ୍ଖଳା ରକ୍ଷାକରିବା ସହ ନିଜର ମତ ସାବ୍ୟସ୍ତ କରିଥିଲେ ।

ଗଣତନ୍ତ୍ରର ସମ୍ମାନ ରକ୍ଷା ପାଇଁ ଯୁବପିଢ଼ୀମାନଙ୍କର ବେଶ୍ ଭୋଟଦେବାକୁ ଉତ୍ସାହ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଭିନ୍ନକ୍ଷମ ପାଇଁ କେନ୍ଦ୍ର ଗୁଡ଼ିକରେ କୌଣସି ସୁବିଧା କରାଯଇ ନଥିବା ଦେଖିବାକୁ ମିଳିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଅପରାହ୍ଣ ୪.୩୦ମି ପର୍ଯ୍ୟନ୍ତ ୮୦% ମତଦାନ ହୋଇଥିବା ଜଣାପଡ଼ିଛି । ସମସ୍ତ ଭୋଟ କେନ୍ଦ୍ର ଗୁଡ଼ିକରୁ ବର୍ତମାନ ସୁଦ୍ଧା ଷ୍ଟଙ୍ଗରୁମ୍‌କୁ ପୋଲିଂପାର୍ଟି ପଂହଚି ପାରିନଥିବାରୁ ଭୋଟହାର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଅସ୍ଥାୟୀ ଷ୍ଟଙ୍ଗରୁମ୍ ବ୍ୟବସ୍ଥା କରାଯାଇଛି । ଏହାର ସୁରକ୍ଷା ଦୃଷ୍ଟି କୋଣରୁ ସେଠାରେ ୧୪୪ଧାରା ଜାରି କରାଯାଇଛି ।

ତାଳଚେର ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଜଣେ ଏଏସପି, ୩ଜଣ ଡ଼ିଏସପି, ୯ଜଣ ଆଇଆଇସି, ୩୦ଜଣ ଏସଆଇ, ୪୧ ଏଏସଆଇ, ୨ବାଟାଲିୟନ୍ ପୋଲିସ୍ ଫୋର୍ସ, ୫୫୦ଜଣ କନିଷ୍ଠ ବଳ ଓ ଗୃହରକ୍ଷୀଙ୍କୁ ନିୟୋଜିତ କରାଯାଇଥିଲା । ତେବେ କୁକୁଡ଼ୁଲା ସମେତ ଅନ୍ୟ କିଛି ଭୋଟକେନ୍ଦ୍ର ଗୁଡ଼ିକରେ କାଁଭାଁ ଅସୁବିଧାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏପରିକି, ପ୍ରାୟ ପ୍ରତ୍ୟେକ ଭୋଟକେନ୍ଦ୍ରରେ ଭୋଟରଙ୍କ ତାଲିକାରେ ନାମ ପ୍ରକାଶ ପାଇ ନଥିବାରୁ ଭୋଟରମାନେ ନିରାଶ ହୋଇ ଫେରି ଆସିଥିବା ଲକ୍ଷ୍ୟ କରାଯାଇଥିଲା । ତେବେ ଆସନ୍ତା ୨୮ତାରିଖ ଭୋଟ ଗଣତିପରେ ହାତୀ କାହା ଉପରେ ସୁନାକଳସ ଢ଼ାଳିବ ତାହା ଦେଖିବାକୁ କେବଳ ବାକି ରହିଛି ।

Leave A Reply