ତାଳଚେର : ତାଳଚେର ପୂଣ୍ୟ ଉକôଳ ସାହିତ୍ୟ ସଂସଦର ତୃତୀୟ ବାର୍ଷିକୋସôବ ଦେଉଳବେଡାସ୍ଥିତ ମଙ୍ଗଳମ କ୍ଲବରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡର ପ୍ରାକ୍ତନ ସଭାପତି ଧରଣୀଧର ନାଥ ମୁଖ୍ୟ ଅତିଥି,ପୂଣ୍ୟ ଉକôଳ ସାହିତ୍ୟ ସଂସଦର ଅଧ୍ୟକ୍ଷ ତଥା ସୁସାହିତ୍ୟିକ ମନୋରଂଜନ ମହାପାତ୍ର ମୁଖ୍ୟ ବକ୍ତା ଏବଂ ସମ୍ମାନୀତ ଅତିଥି ଭାବେ ଅନୁଗୋଳ ଜିଲ୍ଲା ସାହିତ୍ୟ ଏକାଡେମୀର ସଦସ୍ୟ ସଂଗ୍ରାମ ପୃଷ୍ଟି, ଅଭିନେତା ତଥା ନିଦେ୍ର୍ଦଶକ ଶରତ ମାଝି, ଢେଙ୍କାନାଳ ଲେଖକ ସଂସଦର ସଂପାଦକ ବସନ୍ତ ପଟ୍ଟନାୟକ ଓ ଶିକ୍ଷାବିତ ତଥା ସାମ୍ବାଦିକ ସୁଶିଲ କୁମାର ନନ୍ଦ ଯୋଗଦେଇ ସମାଜ ସଂସ୍କାରରେ ସାହିତ୍ୟିକଙ୍କ ଭୂମିକାକୁ ନେଇ ନିଜ ନିଜର ମତ ତଥା ଅଭିଭାଷଣ ପ୍ରଦାନ କରିଥିଲେ ।ସାହିତ୍ୟ କୁ ବାଦଦେଇ ସମାଜ ଗଠନ ଅସମ୍ଭବ ବୋଲି ମୁଖ୍ୟ ଅତିଥି ଶ୍ରୀ ନାଥ ପ୍ରକାଶ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରଦ୍ୱୀପ ପ୍ରଜ୍ୱଳନ ସମୟରେ ଶିକ୍ଷୟିତ୍ରୀ ତଥା କଣ୍ଠଶିଳ୍ପୀ ଲତିକା ମହାପାତ୍ରଙ୍କ ସୁଲଳିତ ଶ୍ଳୋକପାଠ ଏକ ଆଧ୍ୟତ୍ମିକ ବାତାବରଣ ସୃଷ୍ଟି କରିଥିଲା । ଏହି କାର୍ଯ୍ୟକ୍ରମକୁ ଲତିକା ମହାପାତ୍ର ସଂଯୋଜନା କରିଥିବାବେଳେ ପୂଣ୍ୟ ଉକôଳ ସାହିତ୍ୟ ସଂସଦର ସଭାପତି ତଥା ବରିଷ୍ଠ କବୟିତ୍ରୀ ଗୋଲାପ ନନ୍ଦ ଅତିଥି ପରିଚୟ ପ୍ରଦାନ ପୂର୍ବକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମର ଦ୍ୱୀତୀୟ ଅଧିବେସନରେ ଆୟୋଜିତ ରାଜ୍ୟ ସ୍ତରୀୟ କବିତା ପାଠୋସôବରେ ଅତିଥି ଭାବରେ ଡ. ସଦାନନ୍ଦ ପରିଡା,ସୁକୁମାର ସାମଲ ଓ ଯଦୁମଣି ସାହୁ ଯୋଗଦେଇଥିଲେ । କରୁଣାକର ବାଇ ଏବଂ ଅରୁଣ ଗଡନାୟକଙ୍କ ସଂଯୋଜନାରେ ଏହି କବିତା ଆସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ କବି କବୟିତ୍ରୀ ଯୋଗଦେଇ ନିଜ ନିଜର କବିତା ଆବୃତି କରି ଅନୁଷ୍ଠାନର ମାନ ମର୍ଯ୍ୟାଦା ବୃଦ୍ଧି କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନବୋଦୟ ସାହିତ୍ୟର ପ୍ରତିଷ୍ଠାତା ଦୀପ୍ତିରାଣୀ ସିଂହ, ପୂର୍ବାସା ପତ୍ରିକାର ସଂପାଦିକା ଉପାସନା ରାଏ, ପ୍ରଧ୍ୟାପିକା କଳ୍ପନା ବୋଇତି, ବର୍ଣାଳୀ ର ସଂପାଦିକା ରତ୍ନପ୍ରଭା ବାଇ ଓ ଅନିତା ପାଣିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀମତି ନନ୍ଦ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରିଥିଲେ ।