ତାଳଚେର ତା ୦୯/୦୬ କ୍ରମାଗତଭାବେ ତାଳଚେର ଅଂଚଳରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ସକାଳ ୮ଘଟିକା ସମୟରୁ ଘରୁ ପଦାକୁ ଗୋଡ଼ କାଢ଼ିବା ସମ୍ଭବପର ହେଉନାହିଁ । ୫/୬ ଦିନ ର୍ପୂବରୁ ଅସରାଏ ବର୍ଷା ଅଂଚଳବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଥଲା । ମାତ୍ର ଏହାପରେ ଯଥା ପୂର୍ବଙ୍ଗ ତଥା ପରଂମ । ସରାକରୀ ସୂତ୍ରରୁ ୭ତାରିଖ ଦିନ ତାପମାତ୍ରା ୪୧.୪ଡ଼ିଗ୍ରୀ ରହିଥିବା ବେଳେ, ୮ତାରିଖ ୪୩.୦, ଓ ଆଜି ଏହା ବୃଦ୍ଧି ପାଇ ୪୩.୨ ତାପମାତ୍ରା ରହିଛି ବୋଲି ଦର୍ଶାଯାଇଛି । ମାତ୍ର ବେସରକାରୀ ଭାବେ ଏହା କୋଇଲା ଖଣି ଅଂଚଳରେ ୪୭/୪୮ ଡ଼ିଗ୍ରୀ ରହୁଥିବା ବେଳେ ଅନ୍ୟ ଅଂଚଳରେ ମାତ୍ର ୧ରୁ ୨ ଡ଼ିଗ୍ରୀ କମ୍ ରହୁଛି ବୋଲି କୁହାଯାଉଛି । ଏହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବା ସହିତ ପଶୁପକ୍ଷୀମାନେ ଏଥିରୁ ବାଦ୍ ପଡ଼ୁନଥିବା ଦେଖିବାକୁ ମିଳିଛି । ଏହା ସାଙ୍ଗକୁ ଉତ୍କଟ ଜଳସଙ୍କଟ ବିଦ୍ୟୁତର ବାରମ୍ବାର ଲୁଚକାଳି ଖେଳ ସହ ଲୋ ଭୋଲଟେଜ୍ ସତେ ଯେପରି କଟା ଘା’ରେ ଚୂନ ବୋଳିବା ସଦୃଶ୍ୟ ଅବସ୍ଥା ସୃଷ୍ଟି କରିଛି । ତାଳଚେର ଅଂଚଳରେ ଅଗ୍ନିବର୍ଷା କାରଣରୁ ମଧ୍ୟାହ୍ଣ ସମୟରେ ଦୋକାନ ବଜାର, ରାସ୍ତା ଘାଟ ଜନଶୂନ୍ୟ ହୋଇପଡ଼ୁଥିବା ଦେଖିବାକୁ ମିଳିଛି । ଖରା ସହ ଅସହ୍ୟ ଗୁଳୁଗୁଳି ଯମଯନ୍ତ୍ରଣା ସଦୃଶ୍ୟ ଭୋଗ କରୁଛନ୍ତି ଅଂଚଳବାସୀ । ରଜ ସୁଦ୍ଧା ମୌସୁମୀ ଯଦି ନପଂହଚିବ ତାହାହେଲେ ଅବସ୍ଥା ଯେ, କ’ଣ ହେବ ତାହା ସମୟ ହିଁ କହିବ । ନିକଟରେ ବିଶ୍ୱ ପରିବେଶ ଦିବସ ଅବସରରେ ନେତା ଠାରୁ ଆରମ୍ଭ କରି କୁଜିନେତା ଓ ସମାଜସେବୀ ଓ ବିଭିନ୍ନ ସଂଗଠନ ବୃକ୍ଷ ରୋପଣ କରି ଫେସ୍ବୁକ୍ ମାଧ୍ୟମରେ ପ୍ରେରଣ କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାଳଚେର ଅଂଚଳରେ ଏମସିଏଲ ଓ ବିଭିନ୍ନ କଳକାରଖାନା ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହେବା ପରେ ଆଜି ଏପରି ଅବସ୍ଥା ଭୋଗ କରିବାକୁ ପଡ଼ୁଛି ବୋଲି ପରିବେଶବିତ ମାନେ ମତପ୍ରକାଶ କରିଛନ୍ତି । ତତ୍ ସହିତ ଜଳସ୍ରୋତ ମାଟିରୁ ହ୍ରାସ ପାଉଥିବାରୁ ଆଦ୍ରତା ବୃଦ୍ଧି ଜନିତ ଅସହ୍ୟ ଗୁଳୁଗୁଳି ବୃଦ୍ଧି ପାଉଥିବା କୁହାଯାଉଛି । ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।