Odisha news

କେନ୍ଦ୍ରଖଣିମନ୍ତ୍ରୀ ୬ଜିଏମଙ୍କୁ ଦେଲେ ପୁରସ୍କାର

0

ତାଳଚେର ତା ୦୯/୦୬ କୋଇଲା ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ମହାନଦୀ କୋଳଫିଲଡ଼ସ୍ ଲିମିଟେଡ଼୍ (ଏମସିଏଲ)କୁ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଲେ ପୁରସ୍କାର । ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ କୋଇଲା ଖଣି ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ଶ୍ରୀ ଯୋଶୀ ମୁଖ୍ୟଅତିଥିଭାବେ ଯୋଗଦେଇ ଏମସିଏଲକୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କୋଲଇଣ୍ଡିଆ ନିମନ୍ତେ ଅଗ୍ରଣୀ ସହାୟକ କମ୍ପାନୀଭାବେ ଏମସିଏଲର କୋଇଲା ଖଣି ବ୍ୟବସାୟରେ ଉତ୍ପାଦକତା, ନିରପତା, ନିରନ୍ତରତା ଏବଂ ଗୁଣବତାର କର୍ପୋରେଟର୍ ବର୍ଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ହିଙ୍ଗୁଳା ଜଗନ୍ନାଥ ଓ ବସୁନ୍ଧରା କୋଇଲା କ୍ଷେତ୍ର ବାର୍ଷିକ ୧୫ ମିଲିୟନ ଟନରୁ ଅଧିକ କୋଇଲା ଉତୋଳନ କରିଥିବା ବେଳେ କଣିହାଁ, ଲିଙ୍ଗରାଜ ଓ ଇବଭ୍ୟାଲି କୋଇଲା ଖଣି ଅଂଚଳର ଉପଶ୍ରେଣୀ ବର୍ଗରେ ପୁରସ୍କୃତ ହୋଇଛନ୍ତି । ଏଥିସହିତ ଏମସିଏଲର ଏହି ୬ଟି କୋଇଲା ଖଣିର ମହାପ୍ରବନ୍ଧକଙ୍କୁ ବ୍ୟକ୍ତିଗତ ଭାବେ ପୁରସ୍କୃତ କରାଯାଇଛି । ହିଙ୍ଗୁଳାକ୍ଷେତ୍ର ମହାପ୍ରବନ୍ଧକ ଅରୁଣ କୁମାର ସ୍ୱର୍ଣ୍ଣକାର, ବସୁନ୍ଧରାକ୍ଷେତ୍ରର ପିବି ରେଡ୍ଡି, ଜଗନ୍ନାଥ କୋଇଲା କ୍ଷେତ୍ର ମହାପ୍ରବନ୍ଧକ ଅଶୋକ କୁମାର ଧଳ, କଣିହାଁ କ୍ଷେତ୍ରର କେକେ ରାଉଳ, ଲିଙ୍ଗରାଜ କୋଇଲା କ୍ଷେତ୍ରର ମହାପ୍ରବନ୍ଧ୍‌କ ଅଜୟ କୁମାର ଦେହୁରୀ ଓ ଇବଭ୍ୟାଲି କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଆରଏସ ଗୁପ୍ତାଙ୍କୁ କୋଇଲା ମନ୍ତ୍ରୀ ସ୍ୱତନ୍ତ୍ରଭାବେ ଟ୍ରଫି ଓ ମାନପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର କୋଇଲା ସଚ୍ଚିବ ଅମ୍ରିତ ଲାଲ ମୀନା, କୋଲଇଣ୍ଡିଆ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲା ଏବଂ ଏମ ନାଗାରାଜୁଙ୍କ ଠାରୁ ଏମସିଏଲ ଅଧ୍ୟକ୍ଷ ଓମପ୍ରକାଶ ସିଂହ, କାର୍ମିକ ନିର୍ଦ୍ଦେଶକ କେଶବ ରାଓ, ବୈଷୟିକ କେକେ ବୋରା, ବିତନିର୍ଦ୍ଦେଶକ ଏକେ ଦେହୁରୀ ଓ ଏକେ ବାପତ୍ ସିଭିଓ ପିକେ ପଟେଲ ପ୍ରମୁଖ ଏହି ପୁରସ୍କାର ଗ୍ରହଣ କରିଥିଲେ ।

Leave A Reply