ତାଳଚେର, ୨୧/୩ ତାଳଚେର ପଂଚାୟତ ସମିତି ସଭାଘର ଠାରେ ଆଜି ଅନୁଷ୍ଠିତ ଅନୁଗୋଳ ଜିଲ୍ଳାପାଳଙ୍କ ମିଳିତ ଜନଶୁଣାଣୀ ଶିବିରରେ ଗୁରୁଜାଙ୍ଗୁଲି ଓ ଜଗନ୍ନାଥପୁର ପଂଚାୟତବାସୀଙ୍କ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ୧୪୯ନମ୍ବର ଜାତୀୟ ରାଜପଥ ଗୁରୁଜାଙ୍ଗୁଲି ଛକ ଠରେ ହମ୍ପସ୍ ନିର୍ମାଣ, ଆନ୍ଦବଜାର ଓ ଲକ୍ଷ୍ମୀବଜାର ଛକରେ ଥିବା ଡ଼୍ରେନ ଗୁଡ଼ିକୁ ସଫା ଓ ଦିଘି ନାଏକ ସାହିରେ ପିଇବା ପାଣିର ସୁବ୍ୟବସ୍ଥା ଏବଂ ହାଟପାଖରେ ୨ରୁ ୩ଟି ପାଣି ଟ୍ୟାପ୍ ଲଗାଇବାକୁ ନିବଦେନ କରାଯାଇଛି । ଆନନ୍ଦବଜାର ଛକ ଲକ୍ଷ୍ମୀବଜାର ଛକରେ ଥିବା ଡ଼୍ରେନ ଗୁଡ଼ିକ ସଫାକରିବା, ଦାରିଦ୍ରସୀମାରେଖା ତଳେ ବସବାସ କରୁଥିବା ନାଏକ, ସମ୍ପ୍ରଦାୟର ୩୦ଘରର ୨୫୦ଲୋକ ଥର୍ମାଲ ହାଟ ନିକଟସ୍ଥ ଦିଘଗ୍ରାମକୁ ପାନୀୟ ଜଳଯୋଗାଇବା, ବହ୍ଲରଛକ ଠାରୁ ବ୍ରହ୍ମଣୀ ବ୍ରିଜ୍ ପର୍ଯ୍ୟନ୍ତ ଆଲୋକିକରଣ ବ୍ୟବସ୍ଥା, ବହ୍ଲରଛକ ଠାରୁ ଆନନ୍ଦବଜାର ଛକ ପର୍ଯ୍ୟନ୍ତ ରାସ୍ତା ମରାମତି, ସନ୍ଥପଡ଼ା ଛକ ଠାରେ ଏକ ଟ୍ରାଫିକ୍ ବ୍ୟବସ୍ଥା, ସନ୍ଥପଡ଼ା ଗ୍ରାମପଂଚାୟତରେ ସରକାରଙ୍କ ଦ୍ୱାରା ମେଗାପାଇପ୍ ଯୋଜନାକୁ ତୁରନ୍ତ କାର୍ଯ୍ୟକ୍ଷମ, ସନ୍ଥାପଡ଼ା ଗ୍ରାମପଂଚାୟତର ଜମି ହରାଇଥିବା ପ୍ରଜାଙ୍କୁ ଏନଟିପିସିରେ ନିଯୁକ୍ତି ଦେବା, ସନ୍ଥପଡ଼ା ଗ୍ରାମପଂଚାୟତକୁ ଖେଳ ପଡ଼ିଆ ଓ ଗୋଚର ଜମି ବ୍ୟବସ୍ଥା କରିବା, ଆନନ୍ଦ ବଜାରଠାରୁ ଦାସନାଳି ପର୍ଯ୍ୟନ୍ତ ଆସପଣ୍ଡରେ ଯାଇଥିବା ରାସ୍ତା ଓ ଏହାର ଉଭୟପାଶ୍ୱର୍ରେ ଆଲୋକିକରଣ, ଏନଟିପିସି, ଟିଟିପିଏସ୍ରେ ନିୟୋଜିତ ଥିବା ଏଜେନ୍ସି କମ୍ପାନୀରେ ଠିକା ନିଯୁକ୍ତି ଦେବା, ମା’ ବୁଢ଼ାପିଠ ଠାରେ ଏକ କଲ୍ୟାଣମଣ୍ଡପ ନିର୍ମାଣ କରିବା, ସନ୍ଥପଡ଼ା ଗ୍ରାମପଂଚାୟତର ସନ୍ଥପଡ଼ା, ଦାସନାଳି, ଝାଡ଼ିଅମ୍ବା, ଟୁଲକୋଲୁଣ୍ଡି, ନୁଆପଡ଼ା, ଆନନ୍ଦବଜାର ଏବଂ ବହ୍ଲାରଛକ କଲୋନୀ ରାସ୍ତା, ଡ଼୍ରେନ୍, ଜଳବ୍ୟବସ୍ଥା, ଆଲୋକିକରଣ ସୁବିଧା କରିବା ଓ ସମସ୍ତ ସ୍କୁଲ ଗୁଡ଼ିକରେ ଶୌଚାଳୟ ଏବଂ ପିଇବା ପାଣି ବ୍ୟବସ୍ଥା କରିବା ନେଇ ସନ୍ଥପଡ଼ା ସରପଂଚ ସହଦେବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ହେମନ୍ତ କୁମାର ଦେହୁରୀ, ପୂର୍ବତନ ସରପଂଚ ନରେନ୍ଦ୍ର ନାୟକ ଶିବପ୍ରସାଦ ଭୂକ୍ତା, ଶିଖର ସାମଲ, ବିନୋଦ ସାମଲ, ପ୍ରକାଶ ଚନ୍ଦ୍ର ସାହୁ, ରବି ବେହେରା, ତପନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଳାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଳାପାଳ ସନ୍ତୋଷ ପ୍ରଧାନଙ୍କୁ ଭେଟି ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ ।
