Odisha news

ଏହିସବୁ ଜିନିଷକୁ ଖାଇବା ଦ୍ୱାରା ଲାଗିଥାଏ ବାରମ୍ବାର ଶୋଷ କମ ପାଣି ପିଉଥିବା ବ୍ୟକ୍ତି ମାନେ ନିଶ୍ଚିନ୍ତ ଖାଆନ୍ତୁ

ପାଣି ପିଇବା ଶରୀର ପକ୍ଷରେ ନିହାତି ଆବଶ୍ୟକ l ଯଦି ଆପଣ ବିନା ଖାଦ୍ୟରେ ଗୋଟିଏ ଦିନ ରହିବେ ଆପଣଙ୍କୁ ଯେତିକି ଦୁର୍ବଳ ନଲାଗିବ , ବିନା ପାଣିରେ ରହିଲେ ସେତିକି ଦୁର୍ବଳ ଲାଗିବ l ଅତି କମ ରେ ଦିନକୁ ଅଢେଇ ଲିଟର ପାଣି ପିଇବା ପାଇଁ ଡାକ୍ତର କହି ଥାଆନ୍ତି କିନ୍ତୁ କିଛି ଲୋକ ଏହାଠାରୁ ମଧ୍ୟ କମ ପାଣି ପିଇ ଥାଆନ୍ତି l ଏଭଳି ସ୍ଥିତିରେ ଶରୀରରେ ପାଣିର କମି ହୋଇଯାଏ l ଯଦି ଆପଣଙ୍କୁ ଠିକ ଭାବରେ ପାଣି ପିଇବାକୁ ଇଛା ହେଉନାହିଁ ,ତେବେ ଏପରି କିଛି ଜିନିଷ ଖାଆନ୍ତୁ ଯାହାଦ୍ୱାରା ଅଧିକ ଶୋଷ ଲାଗିବ ଓ ଆପଣ ପାଣି ପିଇ ପାରିବେ l

* ଆଳୁ – ଆଳୁ ଖାଇବା ଦ୍ୱାରା ଅଧିକ ଶୋଷ ଲାଗିଥାଏ ତେଣୁ ନିଜ ଖାଦ୍ୟରେ ଆଳୁକୁ ସାମିଲ କରନ୍ତୁ l

* ଲୁଣିଆ ଜିନିଷ – ଯେତେବେଳେ କୌଣସି ବ୍ୟକ୍ତି ସୋଡିୟମ ଯୁକ୍ତ ଖାଦ୍ୟ ଅଧିକ ସେବନ କରିଥାଏ ତେବେ ତାକୁ ଅଧିକ ମାତ୍ରାରେ ଶୋଷ ଲାଗିଥାଏ l କାହିଁକି ନା ସୋଡିୟମ କୁ ହଜମ କରିବା ପାଇଁ ପାଣି ଅଧିକ ଆବଶ୍ୟକ ହୁଏ l

* ପ୍ରୋଟିନ ଯୁକ୍ତ ଖାଦ୍ୟ – ଯେଉଁ ବ୍ୟକ୍ତି ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇଥାଏ ତେବେ ତାକୁ ଅଧିକ ଶୋଷ ଲାଗିଥାଏ l କାରଣ ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟରେ ନାଇଟ୍ରୋଜେନ ଅଧିକ ଥାଏ l ଯେଉଁ କାରଣରୁ ଭଲ ଭାବରେ ଶରୀର କୁ ମେଟାବୋଲାଇଜ କରିବା ପାଇଁ ପାଣିର ଆବଶ୍ୟକତା ଅଧିକ ରହିଥାଏ l ସେଇଥି ପାଇଁ ଯେଉଁ ବ୍ୟକ୍ତି ହାଇ ପ୍ରୋଟିନ ଡାଏଟ ରେ ରହିଥାଏ ତାକୁ ପାଣିର ଆବଶ୍ୟକତା ଅଧିକ ପଡିଥାଏ l

* ମିଠା ଜିନିଷ – ଯେତେବେଳେ କୌଣସି ବ୍ୟକ୍ତି କିଛି ମିଠା ଜିନିଷ ଖାଇଥାଏ କିମ୍ବା ପିଇଥାଏ ତେବେ ତାକୁ ବାରମ୍ବାର ଶୋଷ ଲାଗିଥାଏ l ମିଠା ଜିନିଷ ଆମ ଶରୀର ଭିତରେ ଗୋଟିଏ ଅମ୍ଳୀୟ ବାତାବରଣ ନିର୍ମାଣ କରିଥାଏ l ଯାହା ଆମ ଶରୀରର ଏଞ୍ଜାଇମ ଫଙ୍କସନ କୁ ଅସ୍ତ ବ୍ୟସ୍ତ କରିଥାଏ l ଯେଉଁ କାରଣରୁ ବାରମ୍ବାର ଶୋଷ ଲାଗିଥାଏ l

Comments are closed.