ରାମକୃଷ୍ଣ ପରମହଂସ ଦେଇଥିଲେ ” ସ୍ୱାମୀ ବିବେକାନନ୍ଦଙ୍କ ନାମ ” ଆମ ଭାରତରେ ଜାନୁଆରୀ ୧୨ ତାରିଖ ଦିନଟିକୁ ଜାତୀୟ ଯୁବା ଦିବସ ଭାବରେ ପାଳନ କରାଯାଇ ଥାଏ l ସ୍ୱାମୀଜୀ ଙ୍କ ବିଚାର ମଣିଷ ମାନଙ୍କର ହୃଦୟରେ ବିଶେଷ ସ୍ଥାନ ପକାଇ ଥିଲା l ତାଙ୍କ ବିଚାର ଆଜି ମଧ୍ୟ ଭାରତୀୟ ମାନଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ରଖିଛି l
ବିବେକାନନ୍ଦ ଙ୍କ ବିଚାର –
– ମନରୁ ଏହି ଭାବନାକୁ କାଢି ଦିଅ ଯେ ତମେ ଦୁର୍ବଳ, ତମେ ସବୁବେଳେ ଗୋଟିଏ ଅମର ଆତ୍ମା ଅଟ, ତମେ ସନାତନ ଧର୍ମ ର ହୋଇଥିବା କାରଣରୁ ନିଜକୁ ଗର୍ବିତ ମନେ କର l
– ମୁଁ ନିଜକୁ ନେଇ ଗର୍ବିତ ମନେ କରୁଛି ଯେ ଏପରି ଗୋଟିଏ ଧର୍ମର ଅଟେ, ଯିଏ ସାରା ବିଶ୍ୱକୁ ସହନଶୀଳତା ଓ ମାନବିକତା ର ଜ୍ଞାନ ଦେଇଛି l ମୋ ଦେଶରେ ସମସ୍ତ ଧର୍ମକୁ ସମ୍ମାନ ଦିଆ ଯାଇଥାଏ l
– ଯଦି ଜଣେ ବ୍ୟକ୍ତି ପ୍ରତ୍ୟେକ ପରିସ୍ଥିତି ରେ ଠିକ ଭାବରେ ନିଜକୁ ଖାପଖୁଆଇ ଚଳାଇ ନେଲା ତେବେ ତାର କେହି କିଛି ବିଗାଡି ପାରିବେ ନାହିଁ l
– ସଫଳତା ପାଇଁ ପବିତ୍ରତା, ଧର୍ଯ୍ୟ ଓ ଦୃଢ଼ ନିଷ୍ଠାର ଆବଶ୍ୟକତା ରହିଛି l ପ୍ରତ୍ୟେକଟି କାର୍ଯ୍ୟକୁ ୩ଟି ଅବସ୍ଥା ଦେଇ ଗତି କରିବାକୁ ପଡିଥାଏ ଉପହାସ, ବିରୋଧ ଓ ସ୍ୱୀକୃତି l
– ସମ୍ଭବ କୁ ଖୋଜିବାକୁ ହେଲେ ଅସମ୍ଭବ କୁ ଅତିକ୍ରମ କରିଯିବାକୁ ପଡିବ l ଶକ୍ତି ଯଦି ଜୀବନ ଅଟେ ଦୁର୍ବଳତା ମୃତ୍ୟୁ ଅଟେ l ବିସ୍ତାର ଯଦି ଜୀବନ ସଂକୁଚିତ ହେଲା ମୃତ୍ୟୁ l ପ୍ରେମ ଜୀବନ ହେଲେ ଘୃଣା ମୃତ୍ୟୁ ଅଟେ l ତେଣୁ ସମସ୍ତଙ୍କ ସହିତ ସ୍ନେହ ଓ ପ୍ରେମର ବନ୍ଧନରେ ବାନ୍ଧି ହେବା ହିଁ ହେଉଛି ମଣିଷ ଜୀବନର ଅମୃତ l
– କେବେବି ଜୀବନରେ ଆହ୍ୱାନ କୁ ଗ୍ରହଣ କରିବାକୁ ପଛାଅ ନାହିଁ , ଯଦି ଆପଣ ବିଜୟ ଲାଭ କରିବେ ତେବେ ଆପଣଙ୍କୁ ନେତୃତ୍ୱ କରିବାର ଅଧିକାର ମିଳିବ l ଯଦି ଆପଣ ହାରିବେ ତେବେ ଅନ୍ୟକୁ ମାର୍ଗ ଦର୍ଶନ କରାଇ ପାରିବେ l