Odisha news

ରବିବାର ଦିନ ଏହିସବୁ କାର୍ଯ୍ୟ ଆଦୌ କରିବା ଉଚିତ୍ ନୁହେଁ, ଏହା ଜୀବନ ର ସଫଳତା ରେ ବାଧା ଆଣିଥାଏ

0
ହିନ୍ଦୁ ଧର୍ମରେ ରବିବାର ଦିନ ଟିକୁ ସୂର୍ଯ୍ୟ ନାରାୟଣ ଙ୍କ ଦିନ ବୋଲି ଗଣନା ହୋଇଥାଏ । ଭଗବାନ ବିଷ୍ଣୁ ଙ୍କ ପୂଜା ମଧ୍ୟ ରବିବାର ଦିନ କରାଯାଇ ଥାଏ । ଏହିଦିନ ସୂର୍ଯ୍ୟ ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ଉପାୟ କରାଯାଇ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବଙ୍କୁ ଗ୍ରହ ମାନଙ୍କର ରାଜା ବୋଲି କୁହାଯାଇ ଥାଏ । ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଉପରେ ସୂର୍ଯ୍ୟ ଦେବଙ୍କ କୃପା ରହିଥାଏ , ସେ ସମସ୍ତ ଅସୁବିଧା ରୁ ଦୂରେଇ ରହିଥାଏ ଓ ଜୀବନ ରେ ଅନେକ ଉନ୍ନତି କରିଥାଏ ।

ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ରୁ ବ୍ୟକ୍ତି ନିରୋଗି ରହିଥାଏ । କୁଣ୍ଡଳୀ ରେ ସୂର୍ଯ୍ୟ ମଜବୁତ୍ ରହି ଥାଆନ୍ତି ତେବେ ସୁଖ , ସମ୍ପତି ଓ ଯଶ ପ୍ରାପ୍ତି ହୋଇଥାଏ । ଏହାକୁ ନେଇ ରବିବାର ଦିନ କିଛିଟା ବିଶେଷ ଉପାୟ କରିବା ଦ୍ୱାରା ଜୀବନ ର ଅନେକ ବିଘ୍ନ ଦୂର ହୋଇଥାଏ । ଆସନ୍ତୁ ଜାଣିବା ରବିବାର ଦିନ କେଉଁଶବୁ କାର୍ଯ୍ୟ କୁ କରିବା ଉଚିତ୍ ନୁହେଁ ।
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବିବାର ଦିନ ଲୁଣ ଖାଇବା ଉଚିତ୍ ନୁହେଁ । ଏହିଦିନ ଆପଣ ଯାହା ମଧ୍ୟ ଭୋଜନ କରିବେ ସୂର୍ଯ୍ୟାସ୍ତ ପୂର୍ବରୁ କରିବା ଆବଶ୍ୟକ । ମାନ୍ୟତା ଅନୁସାରେ ରବିବାର ଦିନ ଲୁଣ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ଓ ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିଥାଏ ।
* ରବିବାର ଦିନ କଦାପି ପଶ୍ଚିମ ଦିଗ କିମ୍ବା ବାୟବ କୋଣ କୁ ଯାତ୍ରା କରିବା ଉଚିତ୍ ନୁହେଁ । ଯଦି ବି ରବିବାର ଦିନ ଏହି ଦିଗକୁ ଯାତ୍ରା କରୁଛନ୍ତି ତେବେ ଘିଅ କିମ୍ବା ପାନ ଖାଇ ଯାତ୍ରା କରନ୍ତୁ ସୁଫଳ ମିଳିବ ।
* ରବିବାର ଦିନ କଦାପି ତମ୍ବା କିମ୍ବା ସୂର୍ଯ୍ୟ ଦେବଙ୍କ ସହିତ ଜଡ଼ିତ ବସ୍ତୁ ବୀକ୍ରି କରିବା ଉଚିତ୍ ନୁହେଁ । ଏହାଦ୍ବାରା କୁଣ୍ଡଳୀ ରେ ସୂର୍ଯ୍ୟ ଙ୍କ ସ୍ଥିତି ଦୁର୍ବଳ ହୋଇଥାଏ ।
* ରବିବାର ଦିନ ପିନ୍ଧା ବସ୍ତ୍ର ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହିଦିନ ନୀଳ, କିମ୍ବା କଳା ରଙ୍ଗ ର ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ଏହା ସମୃଦ୍ଧିର ବାଧା ଆଣିଥାଏ ।
* ରବିବାର ଦିନ ପ୍ରାୟ ସମସ୍ତେ କେଶ କାଟି ଥାଆନ୍ତି । କିନ୍ତୁ ମାନ୍ୟତା ଅନୁସାରେ ଏହିଦିନ କେଶ କାଟିବା ଉଚିତ୍ ନୁହେଁ । କାହିଁକି ନା କୁଣ୍ଡଳୀ ରେ ସୂର୍ଯ୍ୟ ଦୁର୍ବଳ ହୁଅନ୍ତି ।
* ରବିବାର ଦିନ କଦାପି ଆମିଷ ଓ ମଦ ଭକ୍ଷଣ କରିବା ଉଚିତ୍ ନୁହେଁ । ଏହାଦ୍ବାରା ଉଭୟ ଶନି ଓ ସୂର୍ଯ୍ୟଙ୍କ ପ୍ରକୋପ ଦେଖିବାକୁ ମିଳିଥାଏ ।
Nalco
Leave A Reply