ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ପାରନ୍ତି କିମ୍ବା ଆପଣଙ୍କୁ ମିଥ୍ୟା ଲାଗୁଥାଇ ପାରେ , କିନ୍ତୁ ଏହି ଖବର ସମ୍ପୂର୍ଣ ସତ୍ୟ ଅଟେ l କାର୍ଲିଫର୍ନିଆ ଗୋଟିଏ କମ୍ପାନୀ ରିଫ୍ଲେକ୍ଟ ଆର୍ବିଟଲ ପକ୍ଷରୁ ସୂର୍ଯ୍ୟଙ୍କ କିରଣ ବା ଖରା ବିକ୍ରି କରିବାର ପ୍ରସ୍ତୁତି କରୁଛି l ମୋବାଇଲ ରେ ଗୋଟିଏ କ୍ଲିକ ରେ ଆପଣ ସୂର୍ଯ୍ୟଙ୍କ କିରଣ ଡେ଼ଲିଭରୀ ଯୋଗେ ପାଇପାରିବେ l କମ୍ପାନୀ ପକ୍ଷରୁ ଏହାର ଟ୍ରାଏଲ ଭିଡିଓ ଜାରୀ କରାଯାଇଛି l ସୋସିଆଲ ମିଡିଆରେ ଏହାର ଭିଡିଓ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି l ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ଅନ୍ଧାର ରେ ନିଜ ମୋବାଇଲ ଫୋନ ରେ ଗୋଟିଏ ଆପ ଡାଉନଲୋଡ଼ କରୁଛି ଏବଂ ଇନଷ୍ଟଲ ଆପ ରେ କିଛି କରିବା ଦ୍ୱାରା ଆକାଶରୁ ଗୋଟିଏ ଚମକ ଦେଖିବାକୁ ମିଳୁଛି l
ଖରା ହେବ ହୋମ ଡେଲିଭରି –
କାର୍ଲିଫର୍ନିଆ ର କମ୍ପାନୀ ଖରା ହୋମ ଡେଲିଭରି ହୋଇ ପାରିବ ବୋଲି ଦାବି କରିଛି, କମ୍ପାନୀ ର କୋ-ଫାଉଣ୍ଡର ବେନ ନୌବେକ ନିଜ ବନ୍ଧୁ ଙ୍କ ସହ ମିଶି ମିରର ଓ ସ୍ୟାଟେଲାଇଟ ସାହାଯ୍ୟ ରେ ଏଭଳି ସିଷ୍ଟମ ପ୍ରସ୍ତୁତ କରିଛନ୍ତି ଯାହାଦ୍ୱାରା ଆପଣ କେବଳ ଦିନ ନୁହେଁ ରାତିରେ ମଧ୍ୟ ଖରା ଡେଲିଭରି ଯୋଗେ ପାଇପାରିବେ, ଏବଂ ଲୋକେ ସୂର୍ଯ୍ୟଙ୍କ କିରଣ ପାଇପାରିବେ l
କଣ ପ୍ରକୃତରେ ସୂର୍ଯ୍ୟଙ୍କ କିରଣ କୁ ଡବାରେ ବନ୍ଦ କରାଯାଇ ପାରିବ –
କମ୍ପାନୀ ର ମାଲିକ ବେନ ଙ୍କ ମତରେ ସେ ଏଭଳି ସିଷ୍ଟମ ପ୍ରସ୍ତୁତ କରିଛନ୍ତି ଯାହା ସାହାଯ୍ୟରେ ସୂର୍ଯ୍ୟ କିରଣ ବା ଖରା ବିକ୍ରି କରାଯାଇ ପାରିବ l ଏହି ବିଜିନେସ ଠିକ ସେହିଭଳି କାମ କରିବ, ଯେଉଁ ଭଳି ଭାବରେ ତେଲ ବ୍ୟବସାୟ କାମ କରିଥାଏ l ସୋଲାର ମିଟର, ସ୍ୟାଟେଲାଇଟ ସାହାଯ୍ୟରେ ସୂର୍ଯ୍ୟ ଆଲୋକ ବିକ୍ରି କରାଯାଇ ପାରିବ l ଏହି ବ୍ୟବସାୟ ପାଇଁ ସ୍ପେସ ରେ ଫ୍ଲୋଟିଙ୍ଗ ମିରର ସାହାଯ୍ୟ କରିବ l