ସୂର୍ଯ୍ୟ ଅସ୍ତ ହେଲାପରେ ଗୋଟିଏ ଦିନର ସମାପ୍ତି ଘଟିଥାଏ । ସୂର୍ଯ୍ୟ ଅସ୍ତ ହେବା ମାତ୍ରକେ ଆମେମାନେ ଏଭଳି କିଛି କାର୍ଯ୍ୟ କରିବା ଉଚିତ୍ ନୁହେଁ ଯାହା ଆମର ଜୀବନ ଉପରେ ଖରାପ୍ ପ୍ରଭାବ ପକାଇବ । ହିନ୍ଦୁ ଧର୍ମରେ ଆମ ଜୀବନ ଅନେକ ନୀତି ନିୟମକୁ ନେଇ ପରିଚାଳିତ । ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ସବୁ କରିବା ଉଚିତ୍ ନୁହେଁ ।
* ତୁଳସୀ ବୃକ୍ଷ ପ୍ରାୟ ସମସ୍ତ ହିନ୍ଦୁ ପରିବାରରେ ରହିଥାଏ । ସନ୍ଧ୍ୟା ପରେ ତୁଳସୀ ଛୁଇଁବା ଉଚିତ୍ ନୁହେଁ । କାରଣ ଯଦି ଆପଣ ଏପରି କରିବେ ତେବେ ଧନର ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହେବେ ।
* ହିନ୍ଦୁ ଧର୍ମରେ ଦାନ ର ବିଶେଷ ମହତ୍ତ୍ଵ ରହିଛି । କୁହାଯାଏ ଯେ ସୂର୍ଯ୍ୟ ଅସ୍ତ ପରେ କେବେବି ଦହି ଦାନ ଦିଆଯିବା ଉଚିତ୍ ନୁହେଁ । ଦହିର ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଛି ଓ ଏହା ସୁଖ ସମୃଦ୍ଧି ର ପ୍ରତୀକ ଅଟେ । ସନ୍ଧ୍ୟା ସମୟ ରେ ଦହି ଦାନ କରିବା ଦ୍ୱାରା ଏଥିରେ ବାଧା ଉପୂଜିଥାଏ ।
* ସୂର୍ଯ୍ୟାସ୍ତ ସମୟ ରେ ଓ ସନ୍ଧ୍ୟା ସମୟରେ ଶୋଇବା ଉଚିତ୍ ନୁହେଁ କିମ୍ବା ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଏହାଦ୍ବାରା ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ ।
* ସୂର୍ଯ୍ୟାସ୍ତ ସମୟ ରେ ଆପଣ ଘର ସଫାସଫି କରିବା ଉଚିତ୍ ନୁହେଁ । ସୂର୍ଯ୍ୟାସ୍ତ ପରେ ଯଦି ଆପଣ ଘର ସଫାସଫି କରୁଛନ୍ତି ତେବେ ଆପଣଙ୍କ ଘରୁ ସୁଖ ସମାପ୍ତ ହୋଇ ଯାଇଥାଏ ।
* ସୂର୍ଯ୍ୟ ଅସ୍ତ ହେବା ପରେ କେଶ କାଟିବା ଉଚିତ୍ ନୁହେଁ । ସୂର୍ଯ୍ୟାସ୍ତ ପରେ ଯଦି ଆପଣ କେଶ କାଟୁ ଛନ୍ତି ତେବେ ନକାରାତ୍ମକ ଶକ୍ତି ଆପଣଙ୍କୁ ଗ୍ରାସ କରିବ ।