ସଟ ଡାଉନ ବେଳେ ଶନିବାର ଓ ରବିବାର ଦିନ ବନ୍ଦ ରହିବ ଭୁବନେଶ୍ୱରର ପାର୍କ ସକାଳ ୫ଟାର ୭ଟା ଯାଏ ପାର୍କରେ କେବଳ ୬୦ ବର୍ଷରୁ ଉର୍ଧ ନାଗରିକଙ୍କୁ ପ୍ରବେଶ ଅନୁମତି
ଭୁବନେଶ୍ୱର, ୦୩ ଜୁନ – ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡଲାଇନ ଜାରୀ କରା ଯାଇଥିବା ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ପାର୍କ ପାଇଁ ନିୟମ ବଦଳିଛି । ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ବିଏମସି ପକ୍ଷରୁ ପାର୍କ ସମୟରେ ପରିବର୍ତନ କରାଯାଇଛି । ସଟ ଡାଉନ ବେଳେ ଶନିବାର ଓ ରବିବାର ଦିନ ଭୁବନେଶ୍ୱରର ପାର୍କ ବନ୍ଦ ରହିବ । ବିଏମସି ପକ୍ଷରୁ ବିଜ୍ଞପ୍ତି ମୁତାବକ ଏଣିକି ସକାଳ ୫ଟାରୁ ୧୦ଟା ଯାଏ ଓ ସେହିପରି ସନ୍ଧ୍ୟା ୪ଟାର ୬ଟା ଯାଏ ଭୁବନେଶ୍ୱରର ସମସ୍ତ ପାର୍କ ଖୋଲିବ ।
ସକାଳ ୫ଟାରୁ ୭ଟା ମଧ୍ୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ପାର୍କ ଉଦ୍ଦିଷ୍ଟ ରହିବାକୁ ଥିବାବେଳେ ଏହି ସମୟ ମଧ୍ୟରେ ୬୦ ବର୍ଷରୁ କମ ବ୍ୟକ୍ତି କେହି ପାର୍କରେ ପ୍ରବେଶ କରିପାରିବେ ନାହିଁ ।