Odisha news

୧୫ ଆରବ ଡଲାର ନିବେଶ ରେ ଭାରତରେ ହେବ AI ହବ , ସୁନ୍ଦର ପିଚାଇ କଲେ ଘୋଷଣା

0

ଗୁଗୁଲ ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର ଦିନ ଗୋଟିଏ ବଡ଼ ଘୋଷଣା କରି କହିଛନ୍ତି ଭାରତରେ ଆର୍ଟି ଫିସିଆଲ ଇଣ୍ଟେଲିଜେନ୍ସ ହବ ତିଆରି ହେବାକୁ ଯାଉଛି, ଏଥିପାଇଁ ୧୫ ଆରବ ଡଲାର ର ନିବେଶ କରାଯିବ, ଏହାକୁ ନେଇ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହିତ ସାକ୍ଷାତ କରିଛନ୍ତି, ଗୋଟିଏ ବିଶେଷ ପ୍ଲାନ ସହିତ ଆନ୍ଧ୍ର ପ୍ରଦେଶ ର ବିଶାଖାପାଟନମ ରେ ଗୋଟିଏ ବଡ଼ ଡାଟା ସେଣ୍ଟର ନିର୍ମାଣ ହେବ l

ସୁନ୍ଦର ପିଚାଇ ଏହାକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରିଛନ୍ତି, ସେ ଲେଖିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହିତ କଥାବାର୍ତା ଗୋଟିଏ ସୁନ୍ଦର ଅନୁଭୂତି, ଆମେ ବିଶାଖାପଟନମ ରେ ହେବାକୁ ଥିବା ଗୁଗୁଲ ର ପ୍ରଥମ AI ହବ ବିଷୟରେ କଥାହେଲୁ , ଏହା ଗୋଟିଏ ଐତିହାସିକ ପଦକ୍ଷେପ ରହିବ , ଏହି ହବ ରେ ଗିଗା ବେଟ ସ୍ତରର କମ୍ପ୍ୟୁଟିଙ୍ଗ କ୍ଷମତା, ଗୋଟିଏ ନୂଆ ଅନ୍ତରାଷ୍ଟ୍ରୀୟ ସ୍ତରର ଏନର୍ଜି ଇନ୍ଫ୍ରାଷ୍ଟ୍ରକ୍ଚର ସାମିଲ ରହିବ l

Leave A Reply